ମାନେକା ଶିଖାଇଲେ ଅହିଂସା ମାଂସର ସୂତ୍ର ! ଜୀବହତ୍ୟା କରି ମାଂସ ଖାଇବା ବଦଳରେ ପ୍ରୟୋଗଶାଳାରେ କୃତ୍ରିମ ଉପାୟରେ ପ୍ରସ୍ତୁତ ମାଂସ ଖାଇବାକୁ ଦେଲେ ପରାମର୍ଶ

38

କନକ ବ୍ୟୁରୋ : ମାନେକା ଶିଖାଇଲେ ଅଂହିସା ମାଂସର ସୂତ୍ର । ଜୀବହତ୍ୟା କରି ମାଂସ ଖାଇବା ପରିବର୍ତେ ପ୍ରୟୋଗଶାଳାରେ କୃତ୍ରିମ ଉପାୟରେ ପ୍ରସ୍ତୁତ ହେଉଥିବା ମାଂସ ଖାଇବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ । ମାଂସ ଖାଇବା ପାଇଁ ଜୀବହତ୍ୟା ବା ହିଂସାର ସାହାରା ନିଆ ଯାଉଥିବା ବେଳେ କୃତ୍ରିମ ମାଂସ ପାଇଁ ଜୀବହତ୍ୟା କରିବାକୁ ପଡ଼ିନଥାଏ ବୋଲି କହିଛନ୍ତି ମାନେକା ଗାନ୍ଧୀ । ସେ କହିଛନ୍ତି କୃତ୍ରିମ ମାଂସ ହେଉଛି ଅହିଂସାର ପରିପନ୍ଥୀ ଓ ଏଥିରେ ସାଧାରଣ ମାଂସ ପରି ସମସ୍ତ ପୋଷକ ତତ୍ୱ ରହିଥାଏ । ଫ୍ୟୁଚର୍ ଅଫ୍ ପ୍ରୋଟିନ୍ ଶୀର୍ଷକରେ ଆୟୋଜିତ ଏକ ସମ୍ମିଳନୀରେ ମାନେକା ଏହା କହିଛନ୍ତି । ସେ କହିଥିଲେ ସୂଚନା, ପ୍ରଯୁକ୍ତି ବିଦ୍ୟା ଓ ବିଦ୍ୟୁତ ପରେ କୃତ୍ରିମ ବା ଅହିଂସା ମାଂସ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର । ଏକ ସର୍ଭେରୁ ୬୬ ପ୍ରତିଶତ ଲୋକ କୃତ୍ରିମ ମାଂସ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି ମାନେକା ତଥ୍ୟ ଦେଇଥିଲେ । ସେହିଭଳି ଏହାର ବଜାର ପ୍ରବେଶ ଓ ବାଣିଜ୍ୟିକ ପ୍ରୟୋଗ ଉପରେ ମଧ୍ୟ ମାନେକା ଗାନ୍ଧୀ ଗୁରୁତ୍ୱାରୋପ୍ କରିଥିଲେ । ପରିବେଶବିତ୍ ଓ ଜୀବପ୍ରେମୀ ଭାବେ ମାନେକା ଗାନ୍ଧୀ ଜୀବହତ୍ୟା ବିରୁଦ୍ଧରେ ପୂର୍ବରୁ ସକ୍ରିୟ ଭାବେ ସ୍ୱର ଉତୋଳନ କରିଆସୁଛନ୍ତି । ତେବେ ଏହା ଜାଣିବାପରେ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଛି ।