ବ୍ୟାଙ୍କ ଖାତା ଖୋଲିବା ପାଇଁ ଲାଗିବ ‘ଅଫଲାଇନ୍ ଆଧାର’?  ଜାଣନ୍ତୁ ସରକାରଙ୍କ ଆଗାମୀ ଯୋଜନା 

‘ଅଫଲାଇନ୍ ଆଧାର’ର ବ୍ୟବହାରର ଯୋଜନା ପ୍ରସ୍ତୁତ କରୁଛନ୍ତି ।

188

ସୁପ୍ରିମକୋର୍ଟର ଫଇସଲା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟ  ଖୋଲିବା, ପେମେଣ୍ଟ ୱାଲେଟର ଉପଯୋଗ କରିବା ଓ ବୀମା ପଲିସି କିଣିବା ପାଇଁ ‘ଅଫଲାଇନ୍ ଆଧାର’ର ବ୍ୟବହାରର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଅଫଲାଇନ୍ ଆଧାର ଅଧିନରେ ବାୟୋମ୍ୟାଟ୍ରିକ୍ ଇକେୱାଇସି ସ୍ଥାନରେ କ୍ୟୁଆର କୋଡକୁ ସ୍କାନ କରାଯିବ । ଏହା ଏକ ମହତ୍ୱପୂର୍ଣର୍ ପଦକ୍ଷେପ, କାହିଁକିନା ଏହା ଦ୍ୱାରା  ସେହି ବିତ୍ତୀୟ କମ୍ପାନୀଗୁଡିକୁ ବି ଫାଇଦା ହେବ, ଯେଉଁମାନେ ସରକାରଙ୍କୁ ଆଧାର ଅନିବାର୍ଯ୍ୟ କରିବାକୁ ନେଇ ଆଇନରେ ସଂଶୋଧନର ଚାପ ସୃଷ୍ଟି କରୁଥିଲେ । ସୁପ୍ରିମକୋର୍ଟ କହିଛନ୍ତି କି, ପ୍ରାଇଭେଟ୍ ଫର୍ମ ଦ୍ୱାରା ଆଧାର ଆଧାରିତ ଭେରିଫିକେସନ୍ କରାଯାଇପାରିବନି । ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆଧାର ଅନିବାର୍ଯ୍ୟ ନୁହେଁ, କୌଣସି ପ୍ରକାରର ଲାଭ କାର୍ଯ୍ୟ ପାଇଁ ଏହା ଜରୁରୀ ।

କ୍ୟୁଆର କୋଡ୍ ସହିତ ଆଧାରର ପ୍ରିଣ୍ଟ ଆଉଟ୍ ୟୁଆଇଡିଏଆଇ ଦ୍ୱାରା ଡିଜିଟାଲ ସାଇନ୍ କରା ହୋଇକି ରହିଥାଏ । ଏହି ଦସ୍ତାବିଜ୍ ରାଶନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭୋଟର କାର୍ଡ ଭଳି ଦସ୍ତାବିଜର ତୁଳନାରେ ଅଧିକ ବିଶ୍ୱସନୀୟ । ଆରବିଆଇ ଦ୍ୱାରା ଅଫଲାଇନ୍ ଆଧାରର ଉପଯୋଗର ସୁବିଧା ପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଏକ ସର୍କୁଲାର ଆଣିବାର ଆବଶ୍ୟକତା ଅଛି । ଆରବିଆଇର ପୂର୍ବର ସର୍କୁଲାର ଅନୁସାରେ ହିଁ କେତେକ ବ୍ୟାଙ୍କ ଏବେ ବି କାମ କରୁଛନ୍ତି । ସୁପ୍ରିମକୋର୍ଟର ଫଇସଲାକୁ ସଂପୂର୍ଣ୍ଣ ରୂପେ ଲାଗୁ କରାଯାଇନାହିଁ । ଏଥିପାଇଁ ବ୍ୟାଙ୍କ ଗୁଡିକୁ ନିଜ ସିଷ୍ଟମରେ ପରିବର୍ତ୍ତନ କରିବାକୁ ପଡିବ । ରିପୋର୍ଟ ଅନୁସାରେ, ବ୍ୟାଙ୍କ ଖାତାଧାରୀ ଓ ବୀମା କମ୍ପାନୀଙ୍କ ଗ୍ରାହକ ଯିଏ ଭୋଟର ଆଇଡି, ରାଶନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଭଳି ଦସ୍ତାବିଜ୍ କେୱାସି ପାଇଁ ଦିଅନ୍ତି, ତାଙ୍କ ପାଇଁ ଆଧାର ବିକଳ୍ପ । ୟୁଆଇଡିଏଆଇ କେୱାଇ ଟୁଲର ଅଫଲାଇନ୍ ଆଧାରକୁ ଲାଗୁ କରିବା ପ୍ରସ୍ତୁତିରେ ଅଛି । ଏହା ସଂପୂର୍ଣ୍ଣ ରୂପେ ସୁରକ୍ଷିତ । ଏହାଦ୍ୱାରା ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରିବନି  ।