ଥମୁନି ଜାପାନୀ ଏନସେଫାଲାଇଟିସର ପ୍ରଭାବ : ମାଲକାନଗିରିରେ ଆଉ ୩ ଶିଶୁଙ୍କ ମୃତ୍ୟୁ

23

ମାଲକାନଗିରି : କମୁନି ମୃତ୍ୟୁ ସଂଖ୍ୟା । କମୁନି ମାରାତ୍ମକ ଜାପାନୀ ଏନସେଫାଲାଇଟିସର ପ୍ରଭାବ । ମାଲକାନଗିରିରେ ଜାରି ରହିଛି ଏହି ରୋଗରେ ମୃତ୍ୟୁ । ଗତକାଲି ୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହା ସହ ମୃତକଙ୍କ ସଂଖ୍ୟା ୧୯ ଛୁଇଁଛି । ଏବେ ବି ବହୁ ଶିଶୁ ଏହି ରୋଗରେ ପୀଡିତ ଥିବା ସୂଚନା ମିଳିଛି । ପୂର୍ବରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପଠାଇଥିବା ରକ୍ତ ନମୂନାରୁ ୧୫ଟି ନମୂନା ପଜିଟିଭ୍ ଥିବା ଭୁବନେଶ୍ୱର ଆଂଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ ରିପୋର୍ଟରୁ ଜଣାପଡିଥିଲା ।

ଏହା ପରେ ପ୍ରଶାସନ ପକ୍ଷରୁ ଏକ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରହି ଚିକିତ୍ସା କରୁଛନ୍ତି । ଅନ୍ୟପଟେ ଲୋକେ ଗୁଣିଆ ଦିଶାରିଙ୍କ ଉପରେ ଭରସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ୨୦୧୪ ମସିହାରେ ମଧ୍ୟ ଏହି ଏନସେଫାଲାଇଟିସ୍ ଯୋଗୁଁ ସ୍ଥାନୀୟ ଅଂଚଳରେ ଶିଶୁ ମଡକ ଲାଗି ରହିଥିଲା ।