ମେକଅପର ମୂଲ୍ୟ ମୋ ଲୁହଠାରୁ ବି ଅଧିକ ! ଜଣେ ଦେହଜୀବୀଙ୍କ ଆଖିଭିଜା କାହାଣୀ

73

ଦେବଜୀବୀଙ୍କୁ ନେଇ ଆନେକ କାହାଣୀ, ଅନେକ ସିନେମା ଆଉ ଅନେକ ଲେଖାମାନ ଆପଣମାନେ ପଢିଥିବେ ଆଉ ଶୁଣିଥିବେ । ତେବେ ହଠାତ୍ ଦେହଜୀବୀ ମାନଙ୍କ ନାଁ ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ କଥା ଆସେ ସଉକ ପାଇଁ ସେକ୍ସ କରୁଥିବା କିଛି ମଣିଷ । ଟଙ୍କା ରୋଜଗାର ଆଶାରେ ଅଜଣା ରାଇଜର ଅଚିହ୍ନା ରାସ୍ତାରେ ପାଦ ଖସାଇଥିବା କିଛି ମହିଳା । ଯେଉଁଠି ଦେହକୁ ନେଇ ହୁଏ ବ୍ୟବସାୟ । ହେଲେ ସେମାନଙ୍କ ଏହି ରଙ୍ଗବୋଳା ଜୀବନ ପଛର କାହାଣୀ ବୋଧେ ଖୁବ୍ କମ୍ ଲୋକ ହିଁ ଜାଣିଥିବେ । ଟଙ୍କା ପାଇଁ ଶରୀର ବିକ୍ରି କରିବାର ଅସହାୟତା କେଜାଣି କେତେ ଜଣଙ୍କ ସ୍ୱପ୍ନକୁ ନଷ୍ଟ କରି ଦେଇଛି ତାହା କହିବା ମୁସ୍କିଲ୍ ।

ତେବେ ସିନେମା ମାନେଙ୍କରେ ଦେଖାଯାଉଥିବା ଦେହଜୀବୀଙ୍କ ଅକୁହା କାହାଣୀକୁ ପୁଣି ଥରେ ସାମ୍ନାକୁ ଆଣିଛନ୍ତି ‘ଅଫସାନା’ । ବାଲାଂଦେଶର ଜଣେ ନାବାଳିକା ଦେହଜୀବୀ । ଯାହାଙ୍କ ଗୋଟିଏ ଫଟୋ ଜିତିଛି କୋଟିଏ ହୃଦୟ । ତେବେ ତାଙ୍କର ଏହି ଫଟୋଟି ଉଠାଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଛନ୍ତି ପ୍ରସିଦ୍ଧ ଫଟୋଗ୍ରାଫର୍ ଆକାଶ । ଆକାଶ ନିଜ ଫେସବୁକ୍ ପେଜରେ ଅଫସାନାଙ୍କ ଏହି ପୋଷ୍ଟ କରି କିଛି ଲାଇନ୍ ଲେଖିଛନ୍ତି । ଯାହା ବୟାନ୍ କରୁଛି ଅନ୍ଧଗଳିର ଅନ୍ଧାରୀକାହାଣୀକୁ ।

ଅଫସାନାଙ୍କ ସ୍ୱର ହୋଇ ଆକାଶ୍ ପୋଷ୍ଟ୍ ତଳେ ଲେଖିଛନ୍ତି , ‘ଅନେକ ସମୟ ବିତି ଗଲାଣି । ମୁଁ ଏକ ଖୋଲା ସବୁଜ ପଡିଆକୁ ଯିବାକୁ ଚାହୁଁଛି । ମୁଁ କେବେ ବି ସବୁଜ ପଡିଆକୁ ଯାଇନି । କିନ୍ତୁ ଏବେ ଯିବାକୁ ଚାହୁଁଛି । ମୋର ଏକ ବେମାରୀ ଅଛି । ମୁଁ ବନ୍ଦ ଘରେ ନିଶ୍ୱାସ ନେଇ ପାରୁନି । ମୁଁ ହସି ହସି କାନ୍ଦି ପକାଉଛି, ଏହା ଉପରେ ମୋର କୌଣସି ଅକ୍ତିଆର୍ ନାହିଁ’ । ଏହା ପରେ ଆଉ ପୋଷ୍ଟରେ ଅଫସାନାକୁ କିଛି ଏମିତି ବୟାନ୍ କରିଛନ୍ତି ଆକାଶ . . . ‘ମୁଁ ନିଜ ଲୁହ ଏବଂ କାନ୍ଦ ଉପରେ କାବୁ ପାଇବାକୁ ଚାହୁଁଛି । କାରଣ ଏହା ଦ୍ୱାରା ମୋ ମା’ ବ୍ୟସ୍ତ ହୋଇଥାନ୍ତି । ଆମା ମା’ ଆମ ମ୍ୟାଡମ୍ । ମୁଁ ତାଙ୍କୁ କଥା ଦେଇଛି ଖୁବ୍ ଶୀଘ୍ର ଠିକ୍ ହୋଇଯିବି । ମୁଁ କେବଳ ହସିବି କେବେ ବି କାନ୍ଦିବିନି । ମୁଁ ଏପର୍ଯ୍ୟନ୍ତ କେମିତି ପହଂଚିଲି ମୋର ମନେ ନାହିିଁ । ମୋର କେହି ନିଜ ଲୋକ ବି ମୋର ମନେନାହାଁନ୍ତି । ମୁଁ ବହୁତ ଏକା ଅଛି’

ପୋଷ୍ଟର ଶେଷ ଭାଗରେ ଅଫସାନାଙ୍କ କଷ୍ଟକୁ ବୟାନ୍ କରି ଯାହା ଲେଖିଛନ୍ତି ତାହା ଶୁଣିଲେ ଆପଣଙ୍କ ଆତ୍ମା ଶିହରିଉଠିବ । ଆଉ ଯାହାକୁ ପଢିଲେ କୌଣସି ସଭ୍ୟସମାଜର ମୁଣ୍ଡ ତଳକୁ ହୋଇଯିବ । ଆକାଶ ଲେଖିଛନ୍ତି ‘ ଯେବେ ବି ମୁଁ କାନ୍ଦେ ପ୍ରିୟଙ୍କା ମୋର ଲୁହ ପୋଛିଦିଏ । ସେ ମୋତେ ସବୁବେଳେ ମନେ ପକାଇଦିଏ ମେକଅପର ମୂଲ୍ୟ ମୋ ଲୁହ ଠାରୁ ଅଧିକ । ମେକଅପ୍ ଖରାପ ହୋଇଯିବ ତେଣୁ ମୁଁ କାନ୍ଦି ପାରିବିନି । କିନ୍ତୁ ସେ ମୋତେ ବୁଝାଏ ଦିନେ ନା ଦିନେ ନିଶ୍ଚିତ ମୁଁ ସବୁଜ ପଡିଆକୁ ଯିବି, ଯେଉଁଠି ମୁଁ ଖୋଲିକି ନିଶ୍ୱାସ ନେଇ ପାରିବି । ମୋତେ ବାସ୍ ସେହି ଦିନର ଅପେକ୍ଷା ରହିଛି’ । ଜଣେ ନାବାଳିକା ଦେହଜୀବୀର କଷ୍ଟକୁ ବୟାନ୍ କରୁଥିବା ଆକାଶଙ୍କ ଏହି ପୋଷ୍ଟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । @ûC icÉuê QûWòù\AQò kjbòRû @ûLò ij ö