ମହାନଦୀ ଜଳ ବିବାଦ ପ୍ରସଙ୍ଗ : ବିଜେଡିର ୧୨ ଜଣିଆ କମିଟି ଗଠିତ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିର ୧୨ ଜଣିଆ କମିଟି ଗଠିତ । ୭ ଓ ୮ ତାରିଖରେ ପ୍ରକଳ୍ପ ଅଂଚଳ ଗସ୍ତ କରିବ ଟିମ । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ । କମିଟିର ଅଧ୍ୟକ୍ଷ ରହିବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଦେବୀ ପ୍ରସାଦ ମିଶ୍ର ,ପ୍ରଦୀପ ଅମାତ, ମଙ୍ଗଳା କିଶାନ, କିଶୋର ମହାନ୍ତି, ପଦ୍ମନାଭ ବେହେରା,ସଂଜୟ ଦାସବର୍ମା , ରୋହିତ ପୂଜାରୀ, ସୁଶାନ୍ତ ସିଂ, ପ୍ରତାପ ଦେବ , ପ୍ରମିଳା ମଲ୍ଲିକ, ଓ ରାସେଶ୍ୱରୀ ପାଣିଗ୍ରାହୀ ଟିମରେ ଅଛନ୍ତି ।