ମହା ବିତର୍କରେ ଦେଖନ୍ତୁ ‘ମରଣଯନ୍ତାରେ ନଗଡା ଶିଶୁ’

56

ମାଟିତଳେ ରତ୍ନର ଭଣ୍ଡାର । ମାଟି ଉପରେ ଭୋକର ଭୂଗୋଳ । ଦୂରରେ ଝାପସା ଝାପସା ଦିଶେ ଆଦିବାସୀର ଗାଁ । ପାଖକୁ ଗଲେ ଠିକ୍ ପଢିହୁଏ ଭୋକର ଭାଷା । ଆଖି ଯୁଆଡେ ବୁଲାଇବେ କେବଳ ଦୁର୍ଦ୍ଦିନର ଚିତ୍ର । ରାଜ୍ୟ ସରକାରଙ୍କ ମାନଚିତ୍ରରେ ନିଖୋଜ ହୋଇ ପଡିଥିବା ନଗଡା ଇଲାକା ଏବେ ନିଜ ଦୁର୍ଦ୍ଦଶା ପାଇଁ ଚର୍ଚ୍ଚାରେ । କାରଣ ଏଠି ପଡିଛି ଶିଶୁ ମଡକ । ୩ ମାସ ଭିତରେ ଆଖି ବୁଜିଲେଣି ୧୯ ଶିଶୁ । ଯାଜପୁରର ନଗଡା ସ୍ଥିତି ପାଇଁ ସାରା ଦେଶରେ ନିନ୍ଦିତ ହୋଇଛି ଓଡିଶା । ତେବେ ନଗଡ଼ା ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ଏହି ଘଟଣା ପାଇଁ ଶାସକ ଦଳ ଯେତିକି ଦାୟୀ ସମପରିମାଣରେ ବିରୋଧୀ ଦଳ ମଧ୍ୟ ସେତିକି ଦାୟୀ ବୋଲି ସେ କହିଛନ୍ତି । ଅଧିକ ଜାଣିବା ପାଇଁ ଦେଖନ୍ତୁ ମହାବିତର୍କର ଏହି ଏପିସୋଡ :