ନମୋ ଟିଭିକୁ ନେଇ ବିଜେପିକୁ ଆଉ ଏକ ଝଟକା ! ଭୋଟିଂର ୪୮ ଘଂଟା ପୂର୍ବରୁ ପ୍ରସାରିତ ହେବ ନାହିଁ ମୋଦିଙ୍କ ରେକଡ଼ିଙ୍ଗ୍ ସୋ’

112

କନକ ବ୍ୟୁରୋ : ଆସନ୍ତା କାଲି ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ । ଭୋଟରଙ୍କ ହାତରେ ନେତାଙ୍କ ଚାବି । ବିଭିନ୍ନ ବୁଥ୍ ଗୁଡିକରେ ଇଭିଏମ ପହଂଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ୍ ପଡିବାକୁ ଥିବା ସମସ୍ତ ବୁଥରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସୁରୁଖୁରୁରେ ମତଦାନ କରିବା ପାଇଁ ନିର୍ବାଚନ କମିସନ୍ ସବୁଦିଗକୁ କଡ଼ା ଦୃଷ୍ଟି ରଖିଛନ୍ତି । ଏପଟେ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକର ପ୍ରଚାର ତରିକା ଉପରେ ନିର୍ବାଚନ କମିସନ୍ ଲଗାତାର ଅନୁଶୀଳନ କରୁଛନ୍ତି । ଆଉ ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ତିଆରି ହୋଇଥିବା ନମୋଟିଭି ପୁଣି ଥରେ ବିବାଦ ଘେରକୁ ଆସିଛି ।

ନମୋ ଟିଭିକୁ ନେଇ ନିର୍ବାଚନ କମିସନ୍ ଭାରତୀୟ ଜନତା ପାର୍ଟିକୁ ପୁଣି ଏକ ଶକ୍ତ ଝଟକା ଦେଇଛନ୍ତି । ଯେଉଁ ଅଳଂଚରେ ମତଦାନ ହେବ, ସେଠାରେ ୪୮ ଘଂଟା ପୂର୍ବରୁ କୌଣସି ପ୍ରକାର ରେକର୍ଡ଼ିଂ ସୋ ପ୍ରସାରିତ କରାଯିବ ନାହିଁ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଲାଇଭ ସୋ କଭରେଜ ପାଇଁ ଅନୁମତି ଦେଇଛନ୍ତି ଇସି । ନିର୍ଦ୍ଦେଶ ପାଳନ କରାଯିବା ପାଇଁ ପ୍ରତ୍ୟେକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦିଆଯାଇଛି ।

ଏହାର୍ପୂବରୁ ଦିଲ୍ଲୀ ମୁଖ୍ୟ ନିବାଚନ ଅଧିକାରୀ ବିନା ଅନୁମିତରେ ଚ୍ୟାନେଲରେ କୌଣସି ପ୍ରକାର କାର୍ଯ୍ୟକ୍ରମ ପ୍ରସାରିତ ନକରିବା ପାଇଁ ନିଦ୍ଦେର୍ଶ ଦେଇଥିଲେ । ସିଇସିଙ୍କ କହିଥିଲେ ଟିଭି ବିଜେପି ଦଳ ଦ୍ୱାରା ପରିଚାଳିତ ହେଉଛି । ତେଣୁ ସଇସି ଦ୍ୱାରା ଗଠିତ ଏକ ଟିମର ତଦାରଖ ପରେ ହିଁ ନମୋ ଟିଭିରେ କାର୍ଯ୍ୟକ୍ରମ ପ୍ରସାରଣ ଅନୁମତି ମିଳିଥିଲା ।