ଦୁଇ ନୁହେଁ ବରଂ ପାଂଚ ପ୍ରକାରର ହୋଇଥାଏ ମଧୁମେହ ! ଜାଣନ୍ତୁ ଏହାର ନିରାକରଣ

38

ସାଧାରଣତଃ ଆପଣଙ୍କୁ ଜଣାଥିବ କି, ମଧୁମେହ ପ୍ରାୟତଃ ଦୁଇ ପ୍ରକାରର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମଧୁମେହ ବା ଡାଇବେଟିସ୍ ବାସ୍ତବରେ ଦୁଇ ପ୍ରକାରର ନୁହେଁ ବରଂ ଏହା ୫ ପ୍ରକାରର ଅଟେ । ଯାହାକୁ ରିସର୍ଚ୍ଚ କରି ବାହାର କରିଛି ଏକ ବୈଜ୍ଞାନିକ ଦଳ । ଆଉ ବଡ କଥା ହେଲା ଜଣେ ବ୍ୟକ୍ତି ଚାହିଁଲେ ଏହାକୁ ସମୟ ଥାଉ ଥାଉ ବି ନିୟନ୍ତ୍ରଣରେ ରଖିପାରିବେ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଟାଇପ ୧ ରୋଗୀଙ୍କୁ ପ୍ରତିରକ୍ଷା ତନ୍ତ୍ର ସମ୍ବଦ୍ଧିତ ଗମ୍ଭୀର ରୋଗ ଶ୍ରେଣୀରେ ରଖିବା ଉଚିତ । ଟାଇପ ୨ ରୋଗୀଙ୍କୁ ୪ଟି ଶ୍ରେଣୀରେ ବିଭାଜନ କରିବା ଉଚିତ । ଏହାକୁ ଦୁଇଟି ଗମ୍ଭୀର ଏବଂ ଦୁଇଟି ସାଧାରଣ ଶ୍ରେଣୀରେ ବାଂଟିବା ଉଚିତ । ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରଥମ ଶ୍ରେଣୀରେ ଗମ୍ଭୀର ରୂପ କମ ଇନସୁଲିନର ମଧୁମେହ ଯେଉଁଥିରେ ଉଚ୍ଚ ରକ୍ତଚାପ ରୋଗୀ କମ ଇନସୁଲିନ ଉତ୍ପାଦନ କରୁଥିବା ଏବଂ ସାମାନ୍ୟ ରୂପରେ ସନ୍ତୁଳନ ପ୍ରତି ପ୍ରତିରୋଧ ଭଳି ରୋଗୀଙ୍କୁ ରଖିବା ଉଚିତ । ଦ୍ୱିତୀୟ ଗମ୍ଭୀର ଇନସୁଲିନ ପ୍ରତି ପ୍ରତିରୋଧି ମଧୁମେହର ସମ୍ବଦ୍ଧି ଓଜନ ବୃଦ୍ଧି ସହିତ ରହିଛି । ଏଥିରେ ମୋଟା ବ୍ୟକ୍ତିମାନଙ୍କୁ ରଖା ଯାଇଥାଏ । ଏହା କମ ବୟସର ବ୍ୟକ୍ତିଙ୍କୁ ହୋଇଥାଏ ।

୧୪,୭୭୫ ମଧୁମେହ ରୋଗୀଙ୍କୁ ନେଇ ଏହି ପରୀକ୍ଷଣ କରିବା ପରେ ଏହା ଜଚ୍ଚାଗଲା । ଏହି ଅଧ୍ୟୟନରୁ ଜଣାଗଲାଯେ ମଧୁମେହ ରୋଗୀଙ୍କୁ ୫ଟି ଭାଗରେ ବିଭକ୍ତ କରାଯାଇପାରେ । ଯାହାକୁ ଚିହ୍ନଟ କରିବା ପରେ ଚିକିତ୍ସା କରିବା ସହଜ ହୋଇଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ରକ୍ତ ନମୁନାରୁ ମଧୁମେହ ଯାଂଚ କରାଯାଉଥିବା ବେଳେ ଏହାର ବିକଳ୍ପ ପନ୍ଥା ବାହାରିଛି । ଯହା ଦ୍ୱାରା ଛୁଂଚିର ବ୍ୟବହାର ବନ୍ଦ କରାଯିବ ଏବଂ ଲୁହ ଦ୍ୱାରା ମଧୁମେହ ଯାଂଚ କରାଯିବ । ନୂଆ ସ୍ମାର୍ଟ ଲେନ୍ସରେ ଇଲେକ୍ଟ୍ରୋଡର ବ୍ୟବହାର କରାଯାଇଛି । ଏଥିରେ ଗ୍ଲୁକୋଜ ସେନ୍ସର ସହିତ ଏଲଇଡି ପିକ୍ସେଲ ଏବଂ ୱାୟାରଲେସ ଆଂଟିନା ବ୍ୟବହାର କରାଯାଇଛି । ସେନ୍ସର ସାହାଯ୍ୟରେ ରୋଗୀର ବ୍ଲଡ ସୁଗାରର ସ୍ତର ସହିତ ଜଡ଼ିତ ସୂଚନା ଆଂଟିନା ପର୍ଯ୍ୟନ୍ତ ପହଂଚିଥାଏ ଏବଂ ପରୀକ୍ଷଣ ପୂରା ହୋଇଥାଏ ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଟେଷ୍ଟ ଏବେ ଠେକୁଆକୁ ନେଇ କରାଯାଇଛି । ମନୁଷ୍ୟ ଉପରେ ଏକ ପରୀକ୍ଷଣ କରାଯିବା ବାକି ରହିଛି । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ମଣିଷ ଉପରେ ଏହାର ପରୀକ୍ଷଣ ସରିବା ପରେ ମଣିଷର ଆଖି ଏବଂ ଅନ୍ୟ ଅଙ୍ଗର ସମସ୍ୟା ବିଷୟରେ ମଧ୍ୟ ଜାଣି ହେବ ।