ଘିମିରି ସମସ୍ୟାରୁ କିପରି ପାଇବେ ମୁକ୍ତି ? ପ୍ରୟୋଗ କରନ୍ତୁ କିଛି ଘରୋଇ ଟିପ୍ସ

131

ଖରାଦିନେ ଝାଳ ଓ ଘିମିରି ସମସ୍ୟା ଅତି ସାଧାରଣ । ଏଥିପାଇଁ ପ୍ରତିଦିନ ଲେମ୍ବୁରସ ମିଶା ଥଣ୍ଡା ଜଳରେ ଗାଧୋଇବାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

• ଖରାଦିନେ ସାଧାରଣତଃ ସୂତା ପୋଷାକ ପିନ୍ଧିବା ଉଚିତ । ଏଥିସହ ଦେହରୁ ଝାଳ ବାହାରୁଥିଲେ ଗାଧାନ୍ତୁ ନାହିଁ ।

• ତେବେ ହାତରେ ଝାଳ ପୋଛିବାଦ୍ୱାରା ଶରୀରରେ ଲାଗିଥିବା ବିଭିନ୍ନ ରୋଗ ଜୀବାଣୁମାନ ସଂକ୍ରମିତ ହୋଇ ଘିମିରି ସୃଷ୍ଟି କରିଥାନ୍ତି । ସେଥିପାଇଁ ସବୁବେଳେ ଏଥିପାଇଁ ସଫା କପଡା ବ୍ୟବହାର କରନ୍ତୁ ।

• ଘିମିରି ହୋଇଥିବା ସ୍ଥାନମାନଙ୍କରେ ଆପଣ ବରଫରେ ମାଲିସ କରିପାରିବେ । ଏହା ଆରାମ ଦେବା ସହ ଏହି ସମସ୍ୟାକୁ ଦୁର କରିବାରେ ସହାୟକ ହୋଇଥାଏ ।

• ମୁଲତାନ ମାଟିରେ କିଛି ପରିମାଣର ଗୋଲାପ ଜଳ ମିଶ୍ରଣ କରି ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ପ୍ୟାକକୁ ଘିମିରି ହୋଇଥିବା ସ୍ଥାନରେ ଭଲଭାବେ ଲେପ ଦିଅନ୍ତୁ । ଏହାଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।

• ଏହାଛଡା, ନିମ୍ବ ପତ୍ର ବାଟି ମଧ୍ୟ ତାକୁ ଘିମିରି ବାହାରିଥିବା ସ୍ଥାନରେ ଲଗାଇ ପାରିବେ । ଏଥିସହ ଘିକୁଆଁଁରୀ ରସକୁ ମଧ୍ୟ ପ୍ରୟୋଗ କରିପାରିବେ ।

• ହାତରୁ ଅଧିକ ଝାଳ ବାହାରୁଥିଲେ ,ଫିଟିକିରି ମିଶା ପାଣିରେ ପ୍ରତିଦିନ ୨-୩ ଥର ହାତ ଧୁଅନ୍ତୁ ।

• ଘିମିରି ଉପରେ ଚନ୍ଦନ ଲଗାଇବା ଦ୍ୱାରା ମଧ୍ୟ ଆରାମ ମିଳିଥାଏ ।