ଲେଖାଶ୍ରୀଙ୍କୁ ଅଣ୍ଡାମାଡ ଘଟଣାରେ ଜୋର ଧରିଲା ରାଜନୀତି : ଆଜି ବିଜେପିର ପ୍ରତିବାଦ ଶୋଭାଯାତ୍ରା

111

କନକ ବ୍ୟୁରୋ : ପିପିଲିରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଅଣ୍ଡାମାଡ଼ ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପିପିଲି ଟୋଲଗେଟରୁ ଦାଣ୍ଡମୁକୁନ୍ଦପୁର ଯାଏଁ ପ୍ରତିିବାଦ ଶୋଭାଯାତ୍ରା କରିବ ବିଜେପି । ଆସନ୍ତାକାଲି ପୋଲିସ ଡିଜିଙ୍କ ପାଖରେ ଅଭିଯୋଗପତ୍ର ଦାଖଲ କରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବ ବିଜେପି ।

ସେପଟେ ବିଜେପି ବିରୋଧରେ ବିଜେଡିର ସମାନ୍ତରାଳ ଆୟୋଜନ । ବିଜେପି କର୍ମୀଙ୍କ ବିରୋଧରେ ବିଜେଡି ମହିଳା ମୋର୍ଚ୍ଚା ପିପିଲି ଥାନାରେ ଅଭିଯୋଗ କରିବା ସହ ଆଜି ଏକ ପ୍ରତିବାଦ ରାଲି କରିବ । ବିଜେଡି ରାଲି ପିପିଲି ଟୋଲ ଗେଟରୁ ବାହାରି ସାତସଂଖ ଯାଏଁ ଯିବ ।