କୋଣାର୍କ ମାଘମେଳା ପାଇଁ ଆଉ କିଛି ଦିନ ବାକି : ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ନେଇ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ

18

କନକ ବ୍ୟୁରୋ : ପ୍ରସିଦ୍ଧ କୋଣାର୍କ ମାଘମେଳା ପାଇଁ ମାତ୍ର ଆଉ କିଛି ଦିନ ବାକି ଅଛି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ନେଇ ସେଇଭଳି ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହେଉଛି । ଏଯାଏଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ପଙ୍କୋଦ୍ଧାର ହୋଇନାହିଁ । ଅଳିଆ ଆବର୍ଜନାରେ ପୁଷ୍କରିଣୀ  ଭରି ରହିଛି ।

କୋଣାର୍କ ଏନଏସି ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ମଧ୍ୟ ଯଥେଷ୍ଟ ହେଉନଥିବା ଅଭିଯୋଗ ହୋଇଛି । ଉପଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।