କପିଲ ମିଶ୍ରାଙ୍କ ଅଭିଯୋଗ ସଂପର୍କରେ ମୁହଁ ଖୋଲିଲେ କେଜରିୱାଲ : କହିଲେ ସତ୍ୟତା ଥିଲେ ମୁଁ ଥାନ୍ତି ଜେଲ ଭିତରେ

25

କନକ ବ୍ୟୁରୋ : ଆପର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରାଙ୍କ ଅଭିଯୋଗ ସଂପର୍କରେ ମୁହଁ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଯଦି ଅଭିଯୋଗରେ ସାମାନ୍ୟ ସତ୍ୟତା ଥାନ୍ତା ତେବେ ସେ ବର୍ତମାନ ଜେଲ୍ ଭିତରେ ଥାନ୍ତେ ବୋଲି କେଜରିୱାଲ କହିଛନ୍ତି ।

ନିଲମ୍ବିତ ଆପ୍ ନେତା କପିଲ ମିଶ୍ରାଙ୍କ ଅଭିଯୋଗ ସଂପର୍କରେ କେଜରିୱାଲଙ୍କ ନୀରବତା ନେଇ ଅନେକ ଆଲୋଚନା ହେଉଥିଲା । ତେବେ କେହି ବି କପିଲଙ୍କୁ ବିଶ୍ୱାସ କରୁନଥିବାରୁ ତାଙ୍କର ଜବାବ ଦେବାର ଆବଶ୍ୟକତା ନଥିବା କହିଛନ୍ତି କେଜରିୱାଲ । ଅରବିନ୍ଦ କେଜରିୱାଲଙ୍କ ବିରୋଧରେ କପିଲ ମିଶ୍ରା ୨ କୋଟିର ଲାଂଚ ଅଭିଯୋଗ ଆଣିଥିଲେ । ପରେ ସେ ଅଭିଯୋଗର ଫର୍ଦ ଲମ୍ବା କରିଥିଲେ । ଆପ ବିରୋଧରେ ସେ ୬ ଦିନ ଧରି ଅନଶନ ବି କରିଥିଲେ ।