ସାର୍ବଜନୀନ କରାଯାଇଥିବା କଙ୍ଗନାଙ୍କ ବ୍ୟକ୍ତିଗତ ଚିଠି ଘଟଣା କଙ୍ଗନାଙ୍କୁ ଦେଇଛି ଖୁବ୍ ଆଘାତ

30

ବଲିଉଡ୍ କୁଇନ୍ କଙ୍ଗନା ରାନାୱାତ, ଏବଂ ହ୍ୟାଣ୍ଡସମ୍ ହିରୋ ହ୍ରିତିକ୍ ରୋଶନଙ୍କର ପ୍ରେମ କାହାଣୀ କାହାକୁ ଲୁଚାଛପା ନାହିଁ । କିନ୍ତୁ ଦୁଇଜଣ ଦୁଇଜଣଙ୍କ ବିଷୟରେ ତାଙ୍କ ଭିତରେ ଘଟିଥିବା କିଛି ବି ଘଟଣାକୁ ସମସ୍ତଙ୍କ ସାମ୍ନାରେ ଆଲୋଚନା କରନ୍ତି ନାହିଁ । କିନ୍ତୁ ଏବେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କଙ୍ଗନା ନିଜର ସମ୍ପର୍କ ଉପରୁ ପରଦା ଉଠାଇଛନ୍ତି ।s_1482036399

କଙ୍ଗନା ଏହା ମଧ୍ୟ କହିଛନ୍ତି ତାଙ୍କର ଏବଂ ହ୍ରିତିକଙ୍କ ମତଭେଦକୁ ନେଇ ସାର୍ବଜନୀନ କରାଯାଇଥିବା କଙ୍ଗନାଙ୍କ ବ୍ୟକ୍ତିଗତ ଚିଠି ଘଟଣା କଙ୍ଗନାଙ୍କୁ ଖୁବ୍ ଆଘାତ ଦେଇଥିବା ସେ କହିଛନ୍ତି । ଏହାଦ୍ୱାରା ସମାଜ ଆଗରେ କଙ୍ଗନା ନିଜକୁ ଏକ ଉଲଗ୍ନ ମଣିଷ ଭଳି ମନେ କରିଥିବା ମଧ୍ୟ କହିଛନ୍ତି ।

କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣା ପାଇଁ ସେ ଅନେକ ରାତି କାନ୍ଦି କାନ୍ଦି ମଧ୍ୟ କାଟିଛନ୍ତି । ଏହି ଘଟଣା ପରେ ଲୋକମାନେ ମୋ ବିଷୟରେ ଅନେକ ଆଲୋଚନା ମଧ୍ୟ କରିଛନ୍ତି, ଯଦ୍ୱାରା କି ମୁଁ ସାଙ୍ଗସାଥୀ ମାନଙ୍କ ଗହଣରେ ବହୁତ ଉପହାସିତ ମଧ୍ୟ ହୋଇଥିବାର କଙ୍ଗନା ମଧ୍ୟ କହିଛନ୍ତି ।

ଏହାପାଇଁ ସେ ମାନସିକ ସ୍ତରରେ ବହୁତ ଆଘାତ ମଧ୍ୟ ପାଇଛନ୍ତି । ଏତେ ଘଟଣା ଘଟିବାପରେ ମଧ୍ୟ ସେ ଏହି ଘଟଣାକୁ ଅଧିକ ବଢାଇବାକୁ ଚାହିଁନଥିଲେ ବୋଲି ସେ କହିଛନ୍ତି ।