ସୁପରଷ୍ଟାରଙ୍କ ସହ ଫଟୋ ସେୟାର କରି ଅଡୁଆରେ କାଜୋଲ

43

ବିଗ୍ ବି ଅମିତାଭ ବଚ୍ଚନ ଓ ତାମିଲ ସୁପରଷ୍ଟାର କମଲ ହାସନଙ୍କ ସହ ଫଟୋ ସେୟାର କରି ଅଡୁଆରେ କାଜୋଲ । କୋଲକାତାରେ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଅମିତାଭ ଓ କମଲ ହାସନଙ୍କ ସହ ସେଲଫି ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ କାଜୋଲ ।

ଖାଲି ସେୟାର ନୁହେଁ ଏଥିରେ ସେ ଏକ କ୍ୟାପ୍ସନ୍ ଲେଖିଥିଲେ, ଯାହା ହେଲା ‘ସେଲଫି ଟାଇମ୍ ୱିଥ୍ ଟୁ ଲିଜେଣ୍ଡ୍ସ୍ । ଖୁଦ୍ କୋ ରୋକ୍ ନେହିଁ ପାୟି ।’ କିନ୍ତୁ ଏହି ଫଟୋକୁ ଅନ୍ୟ କେହି ଉଠାଇଥିବାରୁ ଏହା କିପରି ସେଲଫି ବୋଲି ୟୁଜର୍ସମାନେ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି । ତେବେ ଏହାର ଜବାବରେ ଟ୍ରୋଲିଂ କରିବା ଠିକ୍ ନୁହେଁ ବୋଲି କମଲ ହାସନ ଟୁଇଟ୍ କରିଛନ୍ତି ।