ଅନୁଧ୍ୟାନ ରାଜନୀତି

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢୁଛି ଜଗମୋହନ ଚିନ୍ତା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ , ଉମାବଲ୍ଲଭ ରଥ ଓ ତାରାବାହିନୀ ପତି ଜଗମୋହନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଶ୍ରେୟ ନେବାକୁ ଦିଲ୍ଲୀରେ ବୈଠକ କରଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜଗମୋହନ ସ୍ଥିତି ନିରୀକ୍ଷଣ ପାଇଁ ଆସନ୍ତାକାଲି କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଶ୍ରୀମନ୍ଦିର ପରିଦର୍ଶନରେ ଆସୁଛି । ଏହି ଟିମରେ ଏଏସଆଇ ଡିଜି ଓ ପ୍ରତ୍ନତତ୍ୱବିତମାନେ ମଧ୍ୟ ରହିବେ । ଏହି ଟିମ ଜଗମୋହନ ପରିଦର୍ଶନ ପରେ ବୈଷୟିକ କୋର କମିଟି ସହ ଆଲୋଚନା କରିବେ । ଏହା ପରେ ଟିମର ସଦସ୍ୟମାନେ ଭୁବନେଶ୍ୱର ମୁଖ୍ୟ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସି ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି ।