ନବୀନଙ୍କୁ ଜଗମୋହନ ଚିନ୍ତା : ୪ ଦିନ ମଧ୍ୟରେ ଆରମ୍ଭ ହେବ ମରାମତି

21

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରାତିରେ ପ୍ରଧାନମନ୍ତ୍ରୀ ସହ ଟେଲିଫୋନ୍ ଯୋଗେ କଥାବାର୍ତା ହେବା ପରେ ପୁରା ପ୍ଲାଟୁନ୍ ସହ ଆଜି ମୁଖ୍ୟମନ୍ତ୍ରୀ ପହଂଚିଥିଲେ ପୁରୀରେ । ଜଗମୋହନର ସ୍ଥିତିକୁ ଅନୁଧ୍ୟାନ କରିବା ସହ ସେବାୟତଙ୍କ ସହ ଆଲୋଚନା କରିବାପରେ ତୁରନ୍ତ ମରାମତିର ପ୍ରତିଶୃତି ଦେଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ମୁଖ୍ୟମନ୍ତ୍ରୀ ଦୋଷ ଛଡାଇବାକୁ ପୁରୀ ଯାଇଥିବା ସେ କହିଛନ୍ତି । ୨ ମାସ ପୂର୍ବରୁ ନବୀନ ପୁରୀ ଯାଇପାରିଥାନ୍ତେ । ତରବରିଆ ଭାବେ ଦୋଷ ଛଡାଇବାକୁ ସେ ପୁରୀ ଯାଇଥିବା କହିଛନ୍ତି ବିଜୟ ମହାପାତ୍ର । ଜଗମୋହନକୁ ନେଇ ରାଜ୍ୟ ସରକାର ଭୟରେ ଅଛନ୍ତି ବୋଲି ବିଜୟ କହିଥିବା ବେଳେ ଏସଆଇ କାର୍ଯ୍ୟକୁ ନେଇ ସେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ।

ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ । କହିଲେ, ଯେଉଁମାନେ ଏଭଳି ଅଭିଯୋଗ ଆଣୁଛନ୍ତି ସେମାନେ ପ୍ରଥମେ ସମ୍ବିଧାନକୁ ବୁଝନ୍ତୁ । ଜଗମୋହନ ସୁରକ୍ଷା ଦାୟୀତ୍ୱ ଏଏସଆଇର । ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସ୍ଥିତିରେ ସୁଧାର ଆସିବ ବୋଲି କଳିକେଶ କହିଛନ୍ତି ।