ମିଳିବ କି ରାଜ୍ୟକୁ ଅଧିକ ପୁଂଜି ନିବେଶ : ଆଜିଠୁ ବେଙ୍ଗାଲୁରୁରେ ଦୁଇଦିନିଆ ଇନଭେଷ୍ଟର୍ସ ମିଟ ଆରମ୍ଭ

20

କନକ ବ୍ୟୁରୋ : ରାଜ୍ୟରେ ଶିଳ୍ପାୟନର ଦ୍ରୁତ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ମୁମ୍ବାଇ ମେକ ଇନ ଇଣ୍ଡିଆ ପରେ ଏବେ ଫୋକସରେ ରହିଛି ବେଙ୍ଗାଲୁରୁର ଷ୍ଟାର୍ଟଅପ ଓଡିଶା କାର୍ଯ୍ୟକ୍ରମ। ଆଜିଠୁ ବେଙ୍ଗାଲୁରୁରେ ଆରମ୍ଭ ହେଉଛି ଇନଭେଷ୍ଟର୍ସ ମିଟ୍। ବେଙ୍ଗାଲୁରୁରେ ପ୍ରତିଷ୍ଠିତ ନିବେଶକ ଓ କମ୍ପାନୀ ଗୁଡିକୁ ଆକୃଷ୍ଟ କରିବା ପାଇଁ ଓଡିଶା ଟିମ ଏବେ ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧୀ ରମୟାଙ୍କ ସହ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ମାନୁଫ୍ୟାକ୍ଚରିଂ,ଆଇଟି, ଇଲୋକ୍ଟ୍ରୋନିକ୍ସ,ପେଟ୍ରୋକେମିକାଲ, ଫୁଡ ପ୍ରୋସେସିଂ ଏବଂ ପର୍ଯ୍ୟଟନ ଶିଳ୍ପ ପ୍ରଭୁତି କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ ଲକ୍ଷ୍ୟ ରଖିଛନ୍ତି । ଆସନ୍ତାକାଲି  ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।