ସଂକ୍ଷେପରେ ବାହୁବଳୀ ! ଜାଣନ୍ତୁ ସିନେମାକୁ ନେଇ କିଛି ଅଜଣା ତଥ୍ୟ

116

ଶେଷ ହେବାକୁ ଯାଉଛି ଅପେକ୍ଷା । ଆଉ ଗୋଟିଏ ଦିନ ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀ – ୨ । ଯାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍କଣ୍ଠା । ସବୁଠାରୁ ବେଶୀ ଉତ୍କଣ୍ଠା ଜାଣିବା ପାଇଁ ଯେ କଟ୍ଟପା ବାହୁବଳୀଙ୍କୁ କାହିଁକି ମାରିଲା । ତେବେ ବାହୁବଳୀ – ୧ ଏବଂ ବାହୁବଳୀ – ୨ ପାଇଁ ଅନେକ ପରିଶ୍ରମ କରିଛନ୍ତି ଟିମ୍ । ଅନେକ ରେକର୍ଡ ମଧ୍ୟ ରଚିଛି ଏହି ସିନେମା । ତେବେ ଦେଖିବାକୁ ଯିବା ପୂର୍ବରୁ ସିନେମା ବିଷୟରେ ଜାଣନ୍ତୁ କିଛି ରୋଚକ ତଥ୍ୟ ।

• ବାହୁବଳୀ – ୨ ହେଉଛି ଅଧିକ ଦେଖା ଯାଇଥିବା ଭାରତୀୟ ସିନେମା ଟ୍ରେଲର୍ ।

• ବହୁବଳୀ ଫ୍ରାଂଚାଇଜର ସମୁଦାୟ ବଜେଟ୍ ହେଉଛି ୪୦୦ କୋଟିରୁ ଅଧିକ ।

• କେବଳ ବାହୁବଳୀ – ୧ ହେଉଛି ୨୫୦ କୋଟି ।

• ଗ୍ଲୋବାଲି ବାହୁବଳୀ – ୧ ର ସମୁଦାୟ ବ୍ୟବସାୟ ହେଉଛି ୬୧୫ କୋଟି ଟଙ୍କା ।

• କେବଳ ଭାରତରେ ବ୍ୟବସାୟ ରହିଛି ୫୮୪ କୋଟି ଟଙ୍କା ।

• ବାହୁବଳୀ – ୧ କୁ ଶେଷ କରିବାରେ ଲାଗିଥିଲା ୬୩୫ ଦିନ ।

• ଉଭୟ ପାର୍ଟ ପାଇଁ ପ୍ରାୟ ୩୦୦୦ ଲୋକ କାମ କରିଛନ୍ତି ।

• ଏକା ୮୦୦ ଲୋକ ଟେକ୍ନିସିଆନ୍, ଆର୍ଟ , ଡିଜାଇନ୍ ଏବଂ ଭିଜୁଆଲ୍ ଇଫେକ୍ଟ ପାଇଁ କାମ କରିଛନ୍ତି ।

• ଭାରତୀୟ ସିନେମା ଇତିହାସରେ ସବୁଠାରୁ ବଡ ପୋଷ୍ଟର କରି ବାହୁବଳି ଇତିହାସ ରଚିଥିଲା । ୫୦ହଜାର ସ୍କୋୟାର୍ ଫୁଟର ପୋଷ୍ଟର କରି ଗିନିସ୍ ବୁକ୍ ଅଫ୍ ୱଲର୍ଡ ରେକର୍ଡରେ ସ୍ଥାନ ପାଇଥିଲା ।

• ପ୍ରଭାସଙ୍କ ବଡି ବିଲ୍ଡିଂ ସରଞ୍ଜାମ ପାଇଁ ୧.୫କୋଟି ଖର୍ଚ୍ଚ ହୋଇଛି ।

• ଉଭୟ ପ୍ରଭାସ ଏବଂ ରାଣା ୧୦୦ କିଲୋରୁ ଅଧିକ ଓଜନ କରିଛନ୍ତି ।

• ବାହୁବଳୀ- ୨ରେ ଫିଟ୍ ଲାଗିବା ପାଇଁ ପ୍ରଭାସ ପ୍ରତିଦିନ ୪୦ଟି ଅଣ୍ଡା ଖାଆନ୍ତି ।

• ବାହୁବଳୀ – ୧ ପାଇଁ ପ୍ରାୟ ୨୦୦୦ ଷ୍ଟଂଟ୍ ମ୍ୟାାନ୍ ଏବଂ ହାତୀଙ୍କୁ ବ୍ୟବହାର କରାଯାଇଛି ।

• ବାହୁବଳୀ – ୧ ପାଇଁ ପ୍ରଭାସ ୨୦ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି । ଯାହା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ପରିମାଣ ।

• ବାହୁବଳୀ – ୧ ଭାରତରେ ୪ହଜାରରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଥିଲା । ତେବେ ବହୁବଳୀ – ୨ ୫ହଜାରରୁ ଅଧିକ ସ୍କ୍ରିନରେ ରିଲିଜ ହୋଇପାରେ ।

• ସିନେମାର କେବଳ କ୍ଲାଇମାକ୍ସ ପାଇଁ ୩୦ କୋଟି ଖର୍ଚ୍ଚ ହୋଇଛି ।

• ଏକ ରିପୋର୍ଟ ଅନୁସାରେ ଲିକ୍ ଡରରେ ନିର୍ଦେଶକ ରାଜାମୌଲୀ ୪ ଟି କ୍ଲାଇମାକ୍ସ ତିଆରି କରିଛନ୍ତି । କାରଣ ଯଦି ଗୋଟିଏ କ୍ଲାଇମାକ୍ସ ଲିକ୍ ହୁଏ ତେବେ ଅନ୍ୟଟି ବ୍ୟବହାର କରିହେବ ।