‘ଜନ-ଗଣ-ମନ’ ର ଅବମାନନା ! ଜାତୀୟ ସଙ୍ଗୀତକୁ ଅଧା ଗାଇ ‘ବନ୍ଦେ ମାତରମ୍’ ଗାଇବାକୁ ଲାଗିଲେ କାଉନସିଲର୍ , ବିଜେପି ମେୟର୍ କହିଲେ ,ଭୁଲବଶତଃ ପାଟିରୁ ବାହାରି ଆସିଲା ।

386

ଇନ୍ଦୋର ନଗର ନିଗମର ବଜେଟ୍ ସମ୍ମିଳନୀରେ କିଛି ଲୋକଙ୍କ ଭୁଲ୍ କାରଣରୁ ବୁଧବାର ଏକ ବଡ଼ ବିବାଦ ଠିଆହୋଇଛି । ବିବାଦ ସେତେବେଳେ ଠିଆ ହୋଇଥିଲା ଯେତେବେଳେ ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଗାଇ ଅଧାରୁ ଛାଡି ଅଚାନକ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ଗାଇବା ଆରମ୍ଭ ହୋଇଥିଲା । ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ଯାହାର ଏକ ଦୃଶ୍ୟରେ ମହାପୋର ଏବଂ ସ୍ଥାନୀୟ ବିଜେପି ବିଧାୟକ ମାଲିନୀ ଲକ୍ଷ୍ମଣସିଂହ ଗୌଡ ଦେଖାଯାଉଛନ୍ତି । ସୂତ୍ର ଅନୁସାରେ ନଗର ନିଗମର ବଜେଟ୍ ସମ୍ମିଳନୀର ଆରମ୍ଭରେ କାଉନସିଲର୍ ଏବଂ ଅନ୍ୟ ବ୍ୟକ୍ତିବିଶେଷ ‘ଜନ-ଗଣ-ମନ’ ଗାଇବା ଆରମ୍ଭ କରି ଦେଇଥିଲେ । ଏହାକୁ ଦେଖି ଅନ୍ୟମାନେ ମଧ୍ୟ ଜାତୀୟ ସଂଗୀତ ଗାଇବା ଆରମ୍ଭ କରିଥିଲେ କିନ୍ତୁ ଯେତେବେଳେ ଭୁଲ୍ ହେବାର ସମସ୍ତଙ୍କୁ ଜ୍ଞାତ ହେଲା ସେତେବେଳେ ‘ଜନ-ଗଣ-ମନ’ କୁ ଅଧାରୁ ଛାଡି ଅଚାନକ ‘ବନ୍ଦେ ମାତରମ୍’ ଗାଇବ ଆରମ୍ଭ କରିଥିଲେ ।

 

ତେବେ ବିରୋଧୀ ଦଳ ଏହି ସମ୍ମିଳନୀରେ ହୋଇଥିବା ଭୁଲକୁ ଜାତୀୟ ସଂଗୀତର ଅପମାନ ସ୍ୱରୁପ ଦୋଷୀଙ୍କୁ ଉଚିତ୍ ଶାସ୍ତୀ ଦେବାକୁ କହିଛନ୍ତି ।