ଭାରତ ବନ୍ଦ : ଜାଣନ୍ତୁ ଦିନିକିଆ ବନ୍ଦ ଦ୍ୱାରା କେତେ ହଜାର କୋଟି ଟଙ୍କାର ହୋଇଥାଏ କ୍ଷତି ?

270

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଗୁଡିକର ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଘ ମଙ୍ଗଳବାରରୁ ଦୁଇ ଦିନିଆ ଦେଶବ୍ୟାପୀ ବନ୍ଦର ଆହ୍ୱାନ କରିଛନ୍ତି । ଏହି ଧର୍ମଘଟରେ ଦୂରସଂଚାର, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଇସ୍ପାତ, ବିଜୁଳି, ବ୍ୟାଙ୍କିଙ୍ଗ, ବୀମା ଓ ପରିବହନ କ୍ଷେତ୍ରର ଲୋକ ସାମିଲ ହୋଇଛନ୍ତି । ହଡତାଳ ଆମ ଦେଶରେ ନୀତି ଗୁଡିକ ବିରୋଧରେ ଅସନ୍ତୋଷ ଜାହିର କରିବାର ଏକ ସାଧାରଣ ଉପାୟ । ଚାରି ଦିନ ପାଇଁ କାମଧନ୍ଦା ଠପ୍ କରିଦେବା ସରକାରଙ୍କୁ ହଇରାଣରେ ପକାଇଦିଏ । ଏହି କାରଣରୁ ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ହୁଏ । ଜାଣନ୍ତୁ ବନ୍ଦ ହେବାର ଗଣିତ ଓ କେମିତି କାମ କରେ ।

ସିଆଇଆଇର ଗୋଟିଏ ଅନୁମାନ ମୁତାବକ ଗୋଟିଏ ଦିନର ବନ୍ଦରେ ଦେଶର ଅର୍ଥବ୍ୟବସ୍ଥାକୁ ସାଙ୍ଗେ ସାଙ୍ଗେ ୨୫ରୁ ୩୦ହଜାର କୋଟି ଟଙ୍କାର କ୍ଷତି ହୋଇଥାଏ । ସେବା ଗୁଡିକ ପୁଣି ଥରେ ଆରମ୍ଭ ହେବାପରେ ବି କ୍ଷତି ହୋଇଚାଲିଥାଏ । ଓ ଏହାର କ୍ଷତିପୂରଣ କେବେ ହୋଇପାରେନି । ସେବା ଗୁଡିକ ପୁଣି ଥରେ ଆରମ୍ଭ କରିବା ପରେ ବି କ୍ଷତି ହୋଇଚାଲିଥାଏ ଏବଂ ଏହାର କ୍ଷତିପୂରଣ କେବେ ହୋଇପାରେନି ।

ହଡତାଳ କ’ଣ ? : ଏହା ଦକ୍ଷିଣ ଏସିଆର ଦେଶ ଭଳି ଭାରତ ଓ ନେପାଳରେ ସରକାରୀ ନୀତିଗୁଡିକର ବିରୋଧରେ ଏକଜୁଟ୍ ହୋଇ ଅସନ୍ତୋଷ ଜାହିର କରିବାର ଉପାୟ । ଭାରତରେ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ଉପାୟରେ ନିଜର କଥା ରଖିବା ପାଇଁ ବନ୍ଦ ଡାକରା ଦେବାର ଅଧିକାର ଅଛି । ସମ୍ବିଧାନର ଧାରା ୧୯ ଅଧିନରେ ରାଇଟ ଟୁ ପ୍ରୋଟେଷ୍ଟ ମିଳିଛି । ଯାହାକୁ ଇଣ୍ଡଷ୍ଟ୍ରିଆଲିଷ୍ଟ ଡିସପ୍ୟୁଟ୍ ଆକ୍ଟ ୧୯୪୭ର ସାହାରା ମିଳେ ।

ଗୋଟିଏ ଦିନରେ କେତେ କ୍ଷତି ହୁଏ ? : ଫିକ୍କି (Federation of Indian Chambers of Commerce and Industry) ର ଏକ ଅନୁମାନ ମୁତାବକ, ଏକଦିବସୀୟ ଦେଶ ବନ୍ଦରୁ ପାଖାପାଖି ୨୫ ହଜାର କୋଟି ଟଙ୍କାର ସିଧାସଳଖ କ୍ଷତି ହୋଇଥାଏ । ଭିନ୍ନ ଭିନ୍ନ ସେକ୍ଟରରେ ବନ୍ଦ ପାଇଁ ହେଉଥିବା କ୍ଷତି ବି ଭିନ୍ନ ଭିନ୍ନ । ଯେମିତି ସାରା ଦେଶର ବ୍ୟାଙ୍କ କର୍ମଚାରୀ ଗୋଟିଏ ଦିନର ବନ୍ଦରେ ଚାଲିଯାଆନ୍ତି ତା’ହେଲେ, ପାଖାପାଖି ୨୫ ହଜାର କୋଟି କ୍ଷତି ହୋଇଥାଏ । ରେଳବାଇର କ୍ଷତି ଗୋଟିଏ ଦିନରେ ୨୪ଶହ କୋଟି ହୋଇଥାଏ । ସେଇଠି ସାରା ଦେଶର ଶ୍ରମିକ ଗୋଟିଏ ଦିନର ହଡତାଳ କଲେ, ୨୬ ହଜାର କୋଟି କ୍ଷତି ହୋଇପାରେ ।