ବିଲ ନାହିଁ ତ ମାଗଣାରେ ଖାଦ୍ୟ ଖାଆନ୍ତୁ ! ଭାରତୀୟ ରେଳବାଇ ଆଣିଲା ନୂଆ ପଲିସି, ଉପକୃତ ହେବେ ଯାତ୍ରୀ

37

ଭାରତୀୟ ରେଳବାଇ ଲଂଚ କରିଛି ନୋ ବିଲ୍ ଫ୍ରି ଫୁଡ଼ ପଲିସି । ଅର୍ଥାତ ବିଲ ନାହିଁ ତ ପଇସା ନାହିଁ । ଏହି ନୂଆ ପଲିସି ଭାରତୀୟ ରେଳବାଇ ଦ୍ୱାରା ଆରମ୍ଭ ହୋଇଛି । ଅନେକ ଥର ଭାରତୀୟ ରେଳବାଇ ଦ୍ୱାରା ଯୋଗାଯାଉଥିବା ଖାଦ୍ୟ କିଣିବା ପରେ ବିଲ୍ ଦିଆଯାଏ ନାହିଁ । ତେଣୁ ଏପରି ପଲିସି ଆରମ୍ଭ ହୋଇଛି । ରେଳଯାତ୍ରୀଙ୍କ ଅଭିଯୋଗ ପରେ ଭାରତୀୟ ରେଳବାଇ ଏହି ପଦକ୍ଷେପ ନେଇଛି । ଅଭିଯୋଗ ଅନୁସାରେ ଉଚିତ ଦାମ ଅପେକ୍ଷା ଅଧିକ ଟଙ୍କା ଆଦାୟ କରାଯାଉଛି ।

ତେବେ ରେଳବାଇର ଏହି ନଷ୍ପତ୍ତି ଯୋଗୁଁ ଯାତ୍ରୀମାନେ ଉପକୃତ ହେବେ ବୋଲି ଭାରତୀୟ ରେଳବାଇ ଆଶା କରିଛି । ଏହି ପଲିସି ଲଂଚ ପରେ ଯାତ୍ରୀମାନେ ଉଚିତ ଦାମରେ ଖାଦ୍ୟ ପାଇପାରିବେ । ଭାରତୀୟ ରେଳବାଇ ଅନୁସାରେ ଏବେ ଖାଦ୍ୟ କିଣି ଯାତ୍ରୀମାନେ ନେଇ ବିଲ୍ ମାଗିପାରିବେ । ଆଉ ଯଦି କେହି ବିଲ୍ ଦେବା ପାଇଁ ମନା କରନ୍ତି ତେବେ ତାଙ୍କୁ ଖାଦ୍ୟର ଦାମ ଦେବା ଦରକାର ନାହିଁ । ତେବେ ଏହି କାମ ଠିକରେ ହେଉଛି କି ନାହିଁ ତାହା ରେଳବାଇ ଇନସପେକ୍ଟର ଦେଖିବେ । ଯାତ୍ରୀଙ୍କ ଠାରୁ ଉଚିତ ଦାମ ଆଦାୟ ହେଉଛି ତାହା ଉପରେ ଧ୍ୟାନ ଦେବା ସେମାନଙ୍କ କାମ ।

ମିଡ଼ିଆ ରିପୋର୍ଟ ଅନୁସାରେ ରେଳବାଇ ଅଧିକାରୀ ଏହି ପଲିସି ଆଣିବାର ମୁଖ୍ୟ କାରଣ କହିଛନ୍ତି, ଖାଦ୍ୟ ଯୋଗାଉଥିବା ଭେଣ୍ଡର ଯାତ୍ରୀଙ୍କୁ ଖାଦ୍ୟ ବିକ୍ରି କରି ବିଲ୍ ଦେଉନାହାନ୍ତି । ବିଗତ ବର୍ଷ ଏନେଇ ପାଖାପାଖି ୭୦୦୦ରୁ ଅଧିକ ଅଭିଯୋଗ ଆସିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପଲିସି ଲାଗୁ ହୋଇଛି । ଏହା ବ୍ୟତୀତ କୌଣସି ଭେଣ୍ଡର ଖାଦ୍ୟ ଉପରେ ଦାମ ନଲେଖିଲେ ତାଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ ।