ଚୀନ ଓ ପାକିସ୍ତାନ ପାଇଁ ସତର୍କ ଘଣ୍ଟି ! ଭାରତ ଆଣୁଛି ସ୍ମର୍ଚ୍ଚ ମିସାଇଲ ଏବଂ ମଲଟି ବ୍ୟାରେଜ ରକେଟ, ୯୦ କିମି ପର୍ଯ୍ୟନ୍ତ କରିବ ଲକ୍ଷ୍ୟଭେଦ ।

49

୯୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଗତିକରି ଅତ୍ୟନ୍ତ ସଫଳତା ପୂର୍ବକ ଲକ୍ଷ୍ୟଭେଦ କରିପାରୁଥିବା ‘ସ୍ମର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ ଗତ ସୋମବାର ଦିନ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ହୋଇ ଯାଇଛି । ରାଜସ୍ଥାନର ପୋଖରାନ୍ ଫାୟାରିଂ ରେଞ୍ଜରୁ ଏହି ପରୀକ୍ଷଣ କରାଯାଇଥିଲା । ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ନିର୍ମିତ ‘ସ୍ମର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ଦୁଇଟି ସଂସ୍କରଣ ୯ଏମଏମଏଫ୍ ଓ ୯.୫୫ କେର ଏହି ସଫଳ ପରୀକ୍ଷଣ ଗତକାଲି ହୋଇଥିବା ଭାରତୀୟ ସେନା ବିଭାଗ ପକ୍ଷରୁ କୁହାଯାଇଛି ।

ରାଜସ୍ଥାନର ପୋଖରାନ୍ ଫାୟାରିଂ ରେଞ୍ଜରେ ଗତ ସୋମବାର ଦିନ ଆୟୋଜିତ ହୋଇଥିବା ଏହି ପରୀକ୍ଷଣ ସମୟରେ ଉଭୟ ଭାରତ ଓ ଋଷିଆର ବୈଜ୍ଞାନିକ ଓ ସାମରିକ ଯୁଦ୍ଧାସ୍ତ୍ର ବିଶାରଦମାନେ ଉପସ୍ଥିତ ଥିଲେ । ଗତକାଲି ସଫଳ ପରୀକ୍ଷଣ ହୋଇଥିବା ‘ସ୍ମର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ଏହି ଦୁଇଟି ସଂସ୍କରଣ ୯ଏମଏମଏଫ୍ ଓ ୯.୫୫ କେର ବିଶେଷତ୍ୱ ହେଲା ଉତକ୍ଷେପଣ ମଧ୍ୟ ଏହାର ଦିଗ ଓ ଲକ୍ଷ୍ୟସ୍ଥଳକୁ ପରିବର୍ତ୍ତନ ଓ ନିୟନ୍ତ୍ରଣ କରାଯାଇ ପାରିବ । ପୂର୍ବରୁ ୨୦୧୭ରେ ହୋଇଥିବା ଏହାର ପରୀକ୍ଷଣ ବିଫଳ ହୋଇଥିବା ବେଳେ ଗତକାଲି ହୋଇଥିବା ପରୀକ୍ଷଣ ସଫଳ ରହିଥିଲା । ‘ସ୍ମର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ଏହି ଦୁଇଟି ସଂସ୍କରଣ ୯ଏମଏମଏଫ୍ ଓ ୯.୫୫ କେର ସଫଳ ପରୀକ୍ଷଣ ପରେ ଭାରତୀୟ ସେନା ଆହୁରି ବଳଶାଳୀ ହୋଇ ପାରିଥିବା ସାମରିକ ବିଶାରଦମାନେ କହିଛନ୍ତି  । ପୂର୍ବରୁ ଭାରତୀୟ ସେନା ନିକଟରେ ‘ପିନାକ୍’ ନାମରେ ଏହି ଧରଣର ଅନ୍ୟ ଏକ ମିସାଇଲ୍ ମହଜୁଦ୍ ଥିଲା। ତେବେ, ପିନାକ୍ ମାତ୍ର ୭୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଅତିକ୍ରମ କରି ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିଲା।