ଭାରତର ଦମଦାର ବିଜୟ: ଦ୍ୱିତୀୟ ଦିନିକିଆରେ ଭାରତର ବାଜିମାତ୍; ୫୯ ରନରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ୍ ଇଣ୍ଡିଆ

ଶତକ ହାସଲ ସହ ଗାଙ୍ଗୁଲି ଓ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ କୋହଲି; ସେପଟେ ବ୍ରାଏନ ଲାରାଙ୍କୁ ଟପିଗଲେ କ୍ରିସ ଗେଲ

388

କନକ ବ୍ୟୁରୋ: ତ୍ରିନିଦାଦର କୁଇନ୍ସ ପାର୍କରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୫୯ ରନରେ ହରାଇଛି ଭାରତ । ଏହି ବର୍ଷା ବାଧିତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକୀୟ ଇନିଂସ ବଳରେ ୨୭୯ ରନ ସଂଗ୍ରହ କରିଥିଲା । ସେହିପରି ୭୧ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ ଆୟର । ୨୮୦ରନର ବିଜୟଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ଦଳ ୨୧୦ ରନ କରି ଅଲ ଆଉଟ ହୋଇଯାଇଥିଲା ।

ଦଳ ପକ୍ଷରୁ ଲୁଇସି ୬୫ ଓ ଏନ ପୁରନ ୪୨ ରନ କରିଥିଲେ । ଗତକାଲିର ମ୍ୟାଚରେ ବିରାଟ କୋହଲି ୪୨ତମ ଶତକ ଅର୍ଜନ ସହ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୧୨୦ ରନର ପାଳି ଖେଳି କୋହଲି ସୌରଭଙ୍କୁ ଟପି ଭାରତୀୟ ଦ୍ୱତୀୟ ସର୍ବାଧିକ ରନ ସଂଗ୍ରହକାରୀ ରେକର୍ଡ ନିଜ ନାମରେ କରିନେଇଛନ୍ତି । ବିରାଟ ୨୩୮ ଇନିଂସରୁ ୧୧ ହଜାର ୪୦୬ ରନ କରିଛନ୍ତି । ଏବେ ୧୮ ହଜାର ୪୨୬ ରନ ସହ ତାଙ୍କ ଆଗରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।

ସେହିପରି ପାକିସ୍ତାନ ଜାଭେଦ ମିଆଁଦାଦଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ କୋହଲି । ସେପଟେ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ଓପନର କ୍ରିସ ଗେଲ ୩୦୦ ତମ ଦିନିକିଆ ଖେଳି ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ବ୍ୟକ୍ତି ଭାବେ ୧୧ ରନ କରି ଭୁନେଶ୍ୱର କୁମାରଙ୍କ ବଲରେ ଏଲବି ହୋଇ ପ୍ୟାଭିଲିୟନ ଫେରିଥିବା ଗେଲ । ହେଲେ ୩୦୦ ମ୍ୟାଚରୁ ୧୦ ହଜାର ୪୦୮ ରନ କରି ଦିନିକିଆରେ ୱେଷ୍ଟଇଣ୍ଡିଜର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନର ମାନ୍ୟତା ସେ ପାଇଛନ୍ତି ।