ମାଞ୍ଚେଷ୍ଟର ମୈଦାନରେ ମହାମୁକାବିଲା: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ ।

141

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ୨୦୧୯, ମାଞ୍ଚେଷ୍ଟର ମଇଦାନରେ ଟସ୍ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରିବାକୁ ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତି । ମାଂଚେଷ୍ଟରରେ ମହାମୁକାବିଲାରେ ଦୁଇ ଥରର ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଉ କିଛି ସମୟ ପରେ ଟକ୍କର ହେବ । ସେହିଭଳି ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନଥିବା କହିଛନ୍ତି କୋହଲି । ସେପଟେ ଲଢେଇ ଇଣ୍ଡିଜର ପେସ ଆଟାକ୍ ବନାମ ଭାରତର ଟପ୍ ବ୍ୟାଟିଂ ଲାଇନ୍ ଅପ୍ ମଧ୍ୟରେ ହେବ । ଭାରତ ପାଇଁ ଚିନ୍ତାର କାରଣ ମଧ୍ୟକ୍ରମ ବ୍ୟାଟିଂ ଲାଇନ୍ ରହିଛି ।

ଅନ୍ୟପଟେ ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍ ନେଇଥିବା ମହମ୍ମଦ ସାମିଙ୍କୁ ଇଣ୍ଡିଜ ବିପକ୍ଷ ମ୍ୟାଚରେ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ଧୋନୀଙ୍କ ଉପରେ ରହିବ । ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ କରି ଧୋନି ସମାଲୋଚିତ ହୋଇଥିଲେ । ଧୋନୀ ୫୨ ବଲ୍ ଖେଳି ୨୮ ରନ୍ କରିଥିଲେ । ତେଣୁ ଧୋନୀଙ୍କ ବ୍ୟାଟିଂକୁ ନେଇ ମାଷ୍ଟରବ୍ଳାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଆଜି ଧୋନି କେଉଁ ସ୍ଥାନରେ ଖେଳିବେ ତାହା ବିତର୍କର ବିଷୟ ହୋଇଛି ।

ସେପଟେ ସେମିଫାଇନାଲ୍ ଦୌଡରୁ ଇଣ୍ଡିଜ ବାଦ୍ ପଡି ସାରିଛି । ଶେଷ କିଛି ମ୍ୟାଚ୍ ଜିତି ଦଳ ସମ୍ମାନର ସହ ବିଶ୍ୱକପ୍ ଶେଷ କରିବା ଲକ୍ଷ୍ୟରେ ରହିବ । ଦୁର୍ଦ୍ଦଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ବାଦ୍ ପଡିବା ଦଳ ପାଇଁ ବଡ ଝଟକା ହୋଇଛି । ତେବେ ପେସ୍ ବୋଲର କରଟେଲ୍ ଓ ଥୋମାସ, ଭାରତ ପାଇଁ ଚିନ୍ତାର କାରଣ ସାଜିପାରନ୍ତି । ସେହିପରି ସମସ୍ତଙ୍କ ନଜର ରହିବ ବ୍ରାଥୱେଟ୍ ଉପରେ ।

ଚଳିତ ବିଶ୍ୱକପରେ ଏହା ଭାରତର ଷଷ୍ଠ ମ୍ୟାଚ୍ । ଭାରତ ୫ଟି ରୁ ୪ଟିରେ ବିଜୟୀ ହୋଇଥିବା ବେଳେ , ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହୋଇଥିଲା । ଏଥିରୁ ଭାରତକୁ ଗୋଟିଏ ପଏଂଟ୍ ମିଳିଛି । ସେମିଫାଇନାଲକୁ ଯିବାକୁ ହେଲେ କୋହଲି ବାହୀନିକୁ ଆଉ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ଏଯାଏଁ ୬ଟି ମ୍ୟାଚ୍ ଖେଳିଥିବା ବେଳେ , ୪ଟି ହାରିଛି ଏବଂ ଗୋଟିଏ ମ୍ୟାଚ୍ ଜିତିଛି । ଦକ୍ଷିଣ ଆଫ୍ରକା ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଭାରତ ୫ଟି ମ୍ୟାଚରୁ ୪ଟି ବିଜୟ ଏବଂ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଳା । ଭାରତକୁ ମିଳିଛି ମୋଟ ୯ ପଏଂଟ୍ ପାଇଛି । ସେହିପରି ୱେଷ୍ଟଇଣ୍ଡିଜ ୬ଟି ମ୍ୟାଚ୍ରୁ ଗୋଟିଏ ବିଜୟ, ୪ଟି ପରାଜୟ ଏବଂ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହେବାରୁ ୧ ପଏଂଟ୍ ସହ ମୋଟ ୩ ପଏଂଟ୍ ପାଇଛି ।