ଅଫିସରେ ଗୋଟିଏ ସିଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

53

ଅଫିସରେ ଦିନକୁ ଅତିକମରେ ୭ରୁ ୮ ଘଣ୍ଟା ଗୋଟାଏ ସିଟରେ ବସି ରହି ଆମକୁ କାର୍ଯ୍ୟ କରିବାକୁ ପଡ଼ିଥାଏ। ଆମେ ଚାହିଁ ମଧ୍ୟ କାମ କରିବାର ସମୟସୀମା କମ୍ କରିପାରିବା ନାହିଁ । ତାହା ଆମ ଆୟତ୍ତ ଭିତର କଥା ନୁହେଁ କିମ୍ବା ନୀତିସମ୍ମତ ନୁହେଁ। ମାତ୍ର କାମ ବ୍ୟତୀତ ନିଜ ସ୍ୱାସ୍ଥ୍ୟ ବି ଗୁରୁତ୍ୱପୂର୍ଣ୍ଣ ଏକଥା ଆପଣ କେବେ ଅସ୍ୱୀକାର କରବେ ନାହିଁ । ତେବେ, ଅଫିସ୍ କାମ ସହିତ ସ୍ୱାସ୍ଥ୍ୟର କିପରି ଯତ୍ନ ନିଆଯାଇ ପାରିବ ନଜର ପକାନ୍ତୁ ।

– ଦୀର୍ଘ ସମୟ ଧରି ସିଟରେ ସ୍ଥିର ହୋଇ ବସି ରହନ୍ତୁ ନାହିଁ। ଅତିକମରେ ଘଣ୍ଟାକ ବ୍ୟବଧାନରେ ଥରେ ସିଟରୁ  ଉଠି ଗୋଟାଏ ମିନିଟ୍ ପାଇଁ ହେଉ ପଛେ ବୁଲି ଆସନ୍ତୁ ।

– ମଝିରେ ମଝିରେ ନିଜର ବେକ, ଅଣ୍ଟା, ମୁଣ୍ଡ ଏପଟ ସେପଟ କରି ସଂଚାଳନ କରନ୍ତୁ।

– ଦୀର୍ଘ ସମୟ ଧରି କମ୍ପ୍ୟୁଟର୍ ସାମ୍ନାରେ କାମ କରୁଥିଲେ ମଝିରେ ମଝିରେ ଆଖିକୁ ଧୋଇ ଦିଅନ୍ତୁ।

– ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟି ଗ୍ଲେୟାର୍ ଚଷମା ବ୍ୟବହାର କରିବା ସହିତ ଆବଶ୍ୟକ ପଡ଼ିଲେ ଆଖି ଶୁଷ୍କ  ନ ହେବା ପାଇଁ ଆଇ ଡ୍ରପ୍ ବ୍ୟବହାର କରନ୍ତୁ ।

– ନିଜେ ବସୁଥିବା ସିଟରେ ଆପଣ କେତେ ଉପଯୁକ୍ତ ଅନୁଭବ କରୁଛନ୍ତି ନିଶ୍ଚୟ ଦେଖନ୍ତୁ । ତଳ କିମ୍ବା ଉପର ନ  କରି ନିଜ ଉଚ୍ଚତା ଓ ଆରାମ ମୁତାବକ ଚୌକିକୁ ରଖନ୍ତୁ ।