ସମବାୟ ବିଭାଗ ମନ୍ତ୍ରୀ ଭାବେ ଦାମ ବାବୁ ହୋଇପଡ଼ିଥିଲେ ଅସହାୟ ! କାହିିଁକି . . ଦେଖନ୍ତୁ କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ

85

କନକ ବ୍ୟୁରୋ : ସମବାୟ ବିଭାଗ ମନ୍ତ୍ରୀ ଭାବେ ଦାମ ରାଉତ ହୋଇପଡ଼ିଥିଲେ ଅସହାୟ । ସେ କାହଁକି ଅସହାୟ ହୋଇପଡ଼ିଥିଲେ, ତାର କିଛି ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ । ଭିଜିଲାନ୍ସ ଦ୍ୱାରା ଏକାଧିକବାର ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବିବାଦୀୟ ବ୍ୟାଙ୍କ୍ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦେବା ପରେ ଥକି ପଡ଼ିଥିଲେ ଦାମ ବାବୁ । କିନ୍ତୁ ଚିଠି ଲେଖିବାର ପ୍ରାୟ ଦୁଇ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଦେଖନ୍ତୁ କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ : 

vlcsnap-2017-06-01-21h44m17s080ତୁଷାରକାନ୍ତି ପଣ୍ଡା । ରାଜ୍ୟ ସମବାୟ ବ୍ୟାଙ୍କର ବର୍ତମାନର ଏମଡି । ତାଙ୍କ ବିରୋଧରେ ବିଭିନ୍ନ ସମୟରେ ଭିଜିଲାନ୍ସ କରିଥିବା ତିନିଟି କେସରୁ ଦୁଇଟି କେସରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛି ଭିଜିଲାନ୍ସ । କେବଳ ଭିଜିଲାନ୍ସ ନୁହେଁ, ବିଭିନ୍ନ ସମୟରେ ସମବାୟ ବିଭାଗର କେତେକ ରେଜିଷ୍ଟ୍ରାର ଓ ଏମ୍ଡି ମଧ୍ୟ ତୁଷାରକାନ୍ତିଙ୍କ ବିରୋଧରେ ବେଆଇନ ଋଣ ବଂଟନ ଓ ଅର୍ଥତୋଷରପାତ ନେଇ ପ୍ରମାଣ ପାଇଥିଲେ ସୁଦ୍ଧା ତୁଷାରକାନ୍ତିଙ୍କର କୌଣସି ଅସୁବିଧା ହୋଇନାହିଁ । ବରଂ ତୁଷାରକାନ୍ତି ୨୦୧୩ରେ ଅବସର ନେବା ପରିବର୍ତ୍ତେ ତିନି ତିନି ଥର ନିଜର ଚାକିରି କାଳକୁ ଦୁଇ ବର୍ଷ ଲେଖାଏଁ ବଢ଼ାଇସାରିଲେଣି ।

ପ୍ରମାଣ ନମ୍ବର-୧
୨୦୦୬-୦୭ରେ ଚିଠି ଲେଖିଛନ୍ତି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ବା ଓଏସସିବିର ତତ୍କାଳିନ ଏମଡି ଆର୍.ଏନ୍.ଦାଶ । ତୁଷାରକାନ୍ତି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍ ବା ସିସିବିର ସିଇଓ ଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ୮୫ ଲକ୍ଷ ଟଙ୍କାର ଋଣ ଦେଇଥିଲେ । ଭିଜିଲାନ୍ସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।

ପ୍ରମାଣ ନମ୍ବର-୨
୨୦୧୦ ମସିହାର ଭିଜିଲାନ୍ସ ଚିଠି । ତୁଷାରକାନ୍ତି ଓ ଅନ୍ୟ ଅଧିକାରୀମାନେ ୧୯୯୯ ମସିହାରେ କିଛି ବ୍ୟକ୍ତିଙ୍କୁ ବେଆଇନ ଭାବେ ୧୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ତେଣୁ ତୁଷାରକାନ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ପ୍ରମାଣ ନମ୍ବର-୩
୨୦୦୩ ମସିହା । କୋପରେଟିଭ୍ ସୋସାଇଟିଜର ରେଜିଷ୍ଟ୍ରାର ସୁଦର୍ଶନ ନାୟକ, ଆଇଏଏସସଙ୍କ ଇନସ୍ପେକସନ୍ ରିପୋର୍ଟ । ୨୧ଜଣ ଲୋକଙ୍କୁ ମଧୁ ମହାନ୍ତିଙ୍କ ମାର୍ଫତରେ ମୁଖ୍ୟ ବ୍ରାଂଚରୁ ଲୋନ୍ ଦିଆଯାଇଛି । ମାତ୍ର ତୁଷାରକାନ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ଓ ଉପରିସ୍ଥ ଅଧିକାରୀମାନେ ସୁରକ୍ଷା ଯୋଗାଇ ଦେଇଥିବା ମନେହେଉଛି ।

ଏତେ ସତ୍ୱେ ତୁଷାରକାନ୍ତି ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଇ ତାଙ୍କୁ ପଦୋନ୍ନତି ପରେ ପଦୋନ୍ନତି ଦେବା ଓ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଚାଲିବା ସନ୍ଦେହ ସୃଷ୍ଟି କରୁଛି । ଏସବୁରେ ଉତକ୍ଷିପ୍ତ ହୋଇ ଭିଜିଲାନ୍ସକୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ଦାମ ବାବୁ ।