ବ୍ରହ୍ମଚାରୀ ମୟୂର ! ସହବାସ କରୁ ନଥିବାରୁ ଭାରତର ଜାତୀୟପକ୍ଷୀ . . ଜାଣନ୍ତୁ କିଏ ଦେଲେ ଏହି ମନ୍ତବ୍ୟ

480

justiceଭାରତର ଜାତୀୟ ପକ୍ଷୀ ମୟୂର କେବେ ମଧ୍ୟ ସହବାସ କରେ ନାହିଁ । ବରଂ ଲୁହ ଜରିଆରେ ପ୍ରସବ ଧାରଣ କରେ । ରାଜସ୍ଥାନ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମହେଶ ଚାନ୍ଦ ଶର୍ମା ଏଭଳି କିଛି ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚା ଘେରରେ । ଅବସର ପୂର୍ବରୁ ଗତକାଲି ଗୋମାଂସ ପ୍ରସଙ୍ଗରେ ଶୁଣାଣି କରିବାକୁ ଯାଇ ଏଭଳି ମତ ଦେଇଛନ୍ତି ଜଷ୍ଟିସ ଶର୍ମା ।

ଏମିତିକି ୨୦୧୬ ମସିହାରେ ଏକ ବିଚାରାନାମାରେ ମଧ୍ୟ ଏନେଇ ସେ ଉଲ୍ଲେଖ କରିଥିବା କହିଛନ୍ତି । ତେବେ ବୈଜ୍ଞାନିକ ତତ୍ତ୍ୱ ନୁହେଁ ବରଂ ପୁରାଣର ଦ୍ୱାହି ଦେଇ ସେ ଏଭଳି ବିଚାରବିଭାଗୀୟ ମତ ରଖିଛନ୍ତି । ସେ କହିଛନ୍ତି, ଭାଗବତ ପୁରାଣରେ ଉଲ୍ଲେଖ ରହିଛି ଯେ ସହବାସ ନୁହେଁ ବରଂ ଆଖି ଲୁହରୁ ଗର୍ଭଧାରଣ କରେ ମୟୂର । ଏନେଇ ପୁରାଣରେ ଉଲ୍ଲେଖ ଥିବାରୁ କୈାଣସି ପ୍ରମାଣର ଆବଶ୍ୟକତା ନାହିଁ । ସେଥିପାଇଁ ପବିତ୍ର ମୟୂର ଚୂଳକୁ ଆଭୂଷଣ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ।

ଅନ୍ୟପଟେ କିନ୍ତୁ ହାଇକୋର୍ଟର ଏହି ପୂର୍ବତନ ବିଚାରପତିଙ୍କ ମତକୁ ନେଇ ସୋସିଆଲ୍ ମିଡିଆରେ ଚାଲିଛି ଆଲୋଚନା ଓ ସମାଲୋଚନା । କିଛି ରାଜନେତା ଓ ଅଭିନେତା ମଧ୍ୟ ଏଭଳି ମତକୁ ନେଇ ବ୍ୟଙ୍ଗ କରିଛନ୍ତି ।

ବିଜ୍ଞାନ କିନ୍ତୁ କହୁଛି ପୁରୁଷ ଓ ମାଇ ମୟୂରର ସହବାସ ପରେ ହିଁ ମୟୂର ଅଣ୍ଡାଦାନ କରେ । ଆଉ ଏଥିପାଇଁ ପୁଚ୍ଛ ହଲାଇ ମାଇ ମୟୂରକୁ ଇସାରରା କରିଥାଏ ପୁରଷ ମୟୂର । ଏଣୁ ପୁରାଣ,ବିଜ୍ଞାନ ଓ ବିଚାରପତିଙ୍କଙ୍କ ଭିନ୍ନ ଭିନ୍ନ ତତ୍ୱକୁ ନେଇ ଦେଖାଦେଇଛି ବିବାଦ ।