ରେଳ କିମ୍ବା ସଡକ ଦୂର୍ଘଟଣାରେ ସହାୟକ ହେବ “ହେଲ୍ପ ମି ଡିୟର”ଆପ୍ ! ଲୋକେ ହେବେନି କଲବଲ ।

21

ଦେଶରେ ରେଳ ଏବଂ ସଡକ ଦୂର୍ଘଟଣାରେ ଆଘାତ ପାଇଥିବା ଯାତ୍ରୀଙ୍କ ଚିହ୍ନଟ ପାଇଁ ୟୁପିର ଜଣେ ଡାକ୍ତର ରାମ ମନୋହର ଲୋହିଆ ଏକ ବଡ ପଦକ୍ଷେପ ନେଇଛନ୍ତି । ସେ ଏହି ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏକ ଆପ୍ ବାହାର କରିଛନ୍ତି ଯାହାର ନାଁ ରହିଛି “ହେଲ୍ପ ମି ଡିୟର” । ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ଏହି ଆପ୍ ଦୂର୍ଘଟଣାରେ ଆଘାତ ପାଇଥିବା ଲୋକଙ୍କୁ ଚିହି୍ନବାରେ ସାହାଯ୍ୟ କରିବ । ତେବେ ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଚିକିତ୍ସକଙ୍କ କହିବାନୁସାରେ ଦୂର୍ଘଟଣା ପରେ ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇପଡେ । ଏହି ଲୋକଙ୍କ ପରିଜନଙ୍କୁ ଖୋଜିବା ଯେଭଳି କାଠିକର ପାଠ ହୋଇପଡେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏଭଳି ଏକ ଆପକୁ ପ୍ରସ୍ତୁତ କରାଗଲା ।

ତେବେ ଏହି ଆପରେ ଆହତ ବ୍ୟକ୍ତିଙ୍କ ଫଟୋ ଅପଲୋଡ୍ ହୋଇଥାଏ । ଯେଉଁ ବ୍ୟକ୍ତି ଏହି ଆପକୁ ବ୍ୟବହାର କରୁଥିବେ ସେ ପୀଡିତଙ୍କ ଫଟୋ ଦେଖି ତାଙ୍କୁ ଚିହ୍ନଟ କରିବେ । ଏହାଦ୍ୱାରା ବ୍ୟକ୍ତିଙ୍କୁ ଜଣାପଡିଯିବ ଯେ ଉକ୍ତ ଫଠୋ କେତେବେଳେ, କେଉଁ ସମୟରେ ଏବଂ କେଉଁଠାରେ ଅପଲୋଡ୍ କରାଯାଇଛି । ଏହି ଆପ୍ ମାଧ୍ୟମରେ ଉକ୍ତ ବ୍ୟକ୍ତିଜଣକ ଖୁବ୍ ସହଜରେ ପୀଡିତଙ୍କ ବିଷୟରେ ଜାଣିପାରିବେ ।

ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକଙ୍କ କହିବାନୁସାରେ ଏହି ଆପ୍ ନା କେବଳ ଦୂର୍ଘଟଣାଗ୍ରସ୍ଥ ପୀଡିତଙ୍କୁ ଠାବ କରିବାରେ ସହାୟକ ହେବ ବରଂ ଭିଡରେ ହଜି ଯାଇଥିବା ଶିଶୁ ଏବଂ ଯାତ୍ରାକାଳରେ ବସରେ କିମ୍ବା ଟ୍ରେନରେ ହଜିଯାଇଥିବା ସାମଗ୍ରୀକୁ ମଧ୍ୟ ଏହି ଆପ୍ ଜରିଆରେ ଆପଣ ଖୋଜି ପାଇପାରିବେ । ତେବେ ଏହି ଆପରେ ଫଟୋ ପକାଇବା ପରେ ଏଠାରେ ଅଟୋମେଟିକ୍ ଦିନ,ତାରିଖ ଏବଂ ସମୟର ସମ୍ପୁର୍ଣ୍ଣ ବିବରଣୀ ଦେଖିବାକୁ ମିଳିବ । ଏହାଦ୍ୱାରା ବ୍ୟକ୍ତି ଯେଉଁଠାରେ ଥିଲେ ବି ଘରଲୋକଙ୍କୁ ଘରେ ବସି ସବୁ ସୂଚନା ମିଳିପାରିବ ।