ପ୍ରବଳ ବର୍ଷାରେ ଜଳବନ୍ଦୀ ମାୟାନଗରୀ : ରାସ୍ତା ଉପରେ ଚାଲୁଛି ଦେଢ ଫୁଟର ପାଣି, ଜନଜୀବନ ପ୍ରଭାବିତ

288
କନକ ବ୍ୟୁରୋ : ପୁଣି ମୁମ୍ବାଇରେ ଜଳବନ୍ଦୀ ପରିସ୍ଥିତି । ଗତକାଲି ରାତିରୁ ମୂଷଳଧାରାରେ ବର୍ଷା ଲାଗିରହିଥିବାରୁ ଏଭଳି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଆଜି ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ରାସ୍ତା ଉପରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଫଳରେ ଯାତାୟତରେ ଅସୁବିଧା ପରିଲିକ୍ଷିତ ହୋଇଛି । କିଙ୍ଗ ସର୍କିଲ ଓ ଗାନ୍ଧି ମାର୍କେଟ ଅଂଚଳରେ ରାସ୍ତା ଉପରେ ବର୍ଷା ପାଣି ଜମି ରହିଛି । ଫଳରେ ଏଠାରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ୱେଷ୍ଟର୍ନ  ଏକ୍ସପ୍ରେସ ହାଇୱେରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଛି ।
ହାଇୱେ ଉପରେ ଶହ ଶହ ଗାଡି ଅଟକି ରହିଛି । ଆଗକୁ ମଧ୍ୟ ଭାରି ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ରଖି  ମୁମ୍ବାଇରେ ଆଲର୍ଟ  ଜାରି କରାଯାଇଛି । ତା ସହ  ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ କୁହାଯାଇଛି । ରାସ୍ତାଘାଟରେ ପାଣି ଜମିରହିଥିବାରୁ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ପ୍ରବଳ ବର୍ଷା ଯୋଗୁଁ ବିମାଳ ଚଳାଚଳରେ ବାଧା ଉପୁଜିଛି ।