ହନୁମାନ ପଇସା ମାୟାରେ ପୁଲିସ୍ ବାବୁ : ରାତିରାତି ମାଲାମାଲ୍ ହେବାକୁ ରାକେଟ୍ ବନାଇଥିଲେ ଆଇଆଇସି

113

କନକ ବ୍ୟୁରୋ : ରେମୁଣା ଥାନା ଆଇଆଇସି ଗାୟବ ହୋଇଯିବା ପରେ ପଦାକୁ ଆସିଛି ଏକ ସାଂଘାତିକ କାହାଣୀ । ଆପଣ ଶୁଣିଥିବେ ହନୁମାନ ପଇସାକୁ ନେଇ ଚାଲିଥିବା ରାକେଟର କଥା । କୁହାଯାଏ ଥରେ ଯାହା ହାତରେ ଏ ପଇସା ଲାଗିଛି, ସେ କୋଟିପତି ହୋଇ ଯାଇଛି। ଏ ମାୟା ଘାରିଥିଲା ମାଲକାନଗିରିର କିଛି ପୁଲିସଙ୍କୁ। ଆରମ୍ଭ କରିଥିଲେ ମରିଚୀକା ପଛରେ ଦୌଡ। ହେଲେ ଟାର୍ଗେଟରେ ପହଂଚିବା ପୂର୍ବରୁ ଧରା ପଡିଯାଇଥିଲା ପୁଲିସର ଚୋରୀ । ତେବେ କଣ ଏହି ହନୁମାନ ପଇସା । କେମିତି ପୁଲିସ୍ ବି ପଡିଗଲେ ଏହି ମାୟାରେ । ଦେଖନ୍ତୁ, କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ ।