ପାଣି ପାଇଁ ଜୟପୁରର ଡୋଳିଆମ୍ବ ଗାଁରେ ଦୁଇ ସାହିରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ୧୪ ଆହତ ଓ ୪ ଜଣଙ୍କ ଅବସ୍ଥା ଗୁରୁତର

25

କନକ ବ୍ୟୁରୋ : ପାଣିକୁ ନେଇ ଦୁଇ ସାହିରେ ଗୋଷ୍ଠୀ କନ୍ଦଳ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଡ଼ୋଳିଆମ୍ବ ଗାଁରେ । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୧୪ଜଣ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ମଧ୍ୟରୁ ଦୁଇଜଣଙ୍କୁ ସୁନାବେଡା଼ ଏବଂ ଅନ୍ୟଦୁଇ ଜଣଙ୍କୁ କୋରାପୁଟ ମେଡ଼ିକାଲରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ସେମିଳିଗୁଡ଼ା ପୋଲିସ ପହଂଚି ତଦନ୍ତ କରୁଛି ।