ବିହାର ରାଜ୍ୟପାଳଙ୍କୁ ଓଡିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ : ସତ୍ୟପାଲ ମଲ୍ଲିକଙ୍କୁ ଦାୟିତ୍ୱ ନେଇ ଟୁଇଟର ଯୋଗେ ରାଷ୍ଟ୍ରପତି ଭବନରୁ ସୂଚନା

29

କନକ ବ୍ୟୁରୋ : ଓଡିଶା ଦାୟିତ୍ୱରେ ବିହାର ରାଜ୍ୟପାଳ । ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ରାଜ୍ୟପାଳ ଭାବେ ଅତିରିକ୍ତି ଦାୟିତ୍ୱ ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଆଜି ଓଡିଶାର ରାଜ୍ୟପାଳ ଏସସି ଜମିରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ବିଧାନସଭା ବଜେଟ ଅଧିବେଶନରେ ନିଜର ଶେଷ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଡକ୍ଟର ଏସସି ଜମିର । ଜମିର ୨୦୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜମିରଙ୍କ ଏହି ୫ ବର୍ଷ କାର୍ଯ୍ୟକାଳ ବେଶ ଘଟଣା ବହୁଳ ଥିଲା ।

ବାଚସ୍ପତି ଓ ସଚିବଙ୍କୁ ଡାକି ରାଜ୍ୟପାଳ କୈଫିୟତ ମାଗିବା ଚର୍ଚା ସୃଷ୍ଟି କରିଥିଲା । ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ଜମିର କଫିୟିତ ମାଗିଥିଲେ । ସେହିପରି ବିଧାନସଭାରେ ପାରିତ ବିଲକୁ ମଧ୍ୟ ରାଜ୍ୟପାଳ ଫେରାଇ ଦେଇଥିଲେ । ବିଧାନସଭାରେ ସରକାର ଏକତରଫା ଭାବେ ପାରିତ କରିଥିବା ଓଡ଼ିଶା ପୁଲିସ୍ ବିଲ୍ ଉପରେ ଆପତ୍ତି ଉଠାଇ ରାଜ୍ୟପାଳ ଏହାକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ । ସେପରି ବିପିୟୁଟି ସଂଶୋଧନ ବିଲ୍ ଉପରେ ଆପତ୍ତି ଉଠାଇଥିଲେ ଜମିର । ବିଲଟି ରାଜଭବନରୁ ସରକାରଙ୍କ ପାଖକୁ ଫେରି ଆସିଥିଲା । ବିଶ୍ୱବିଦ୍ୟାଳୟ ସଂସ୍କାର ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଖୋଲାଖୋଲି ମନ୍ତବ୍ୟ ରଖିଥିଲେ ।