ଗୁଗୁଲ୍ ଆଣିଲା ସୁବର୍ଣ୍ଣ ସୁଯୋଗ ! ଆପ୍ ଡାଉନଲୋଡ୍ କରନ୍ତୁ . . ଉତ୍ତର ଦେଇ ଟଙ୍କା ପାଆନ୍ତୁ

49

ଏବେ ଗୁଗୁଲ୍ ଆଣି ଦେଇଛି ରୋଜଗାର କରିବାର ସୁଯୋଗ । ଗୁଗୁଲ୍ ଲଂଚ୍ କରିଛି ଗୁଗୁଲ୍ ଓପିନିୟନ୍ ରିୱାର୍ଡ ଆପ୍ । ଏହା ମାଧ୍ୟମରେ ସର୍ଭେର କିଛି ପ୍ରଶ୍ନର ଉତ୍ତର ଦେଇ ଗୁଗୁଲ୍ ପ୍ଲେ ଷ୍ଟୋରରେ କ୍ରେଡିଟ୍ ପାଆନ୍ତୁ । ପ୍ରତ୍ୟେକ ସର୍ଭେ ପାଇଁ ୧୦ ଟଙ୍କା ଦେବ ଗୁଗୁଲ୍ ।

କେମିତି କାମ କରିବ ଏହି ଆପ୍ :

• ସର୍ବପ୍ରଥମେ ପ୍ଲେ ଷ୍ଟୋରକୁ ଯାଇ ଗୁଗଲ୍ ଓପିନିୟନ୍ ରିୱାର୍ଡ ଆପ୍ ଡାଉନଲୋଡ୍ କରନ୍ତୁ ।

• ଏହାପରେ ଆପଣଙ୍କ ନାଁ , ପିନ୍ କୋର୍ଡ, କେଉଁ ଦେଶର ନାଗରିକ , ବୟସ , ଭାଷା, ଏବଂ ଆପଣଙ୍କ ଲିଙ୍ଗ ପରି କିଛି ତଥ୍ୟ ଦେଇ ସାଇନ୍ ଇନ୍ କରନ୍ତୁ ।

• ଏହା ପରେ କିଛି ସହଜ ପ୍ରଶ୍ନର ଉତ୍ତର ଦେଇ ସର୍ଭେ ପିଛା ୧୦ଟଙ୍କା ପାଇ ପାରିବେ । ଗୁଗୁଲ୍ ସବୁ ସପ୍ତାହରେ ୟୁଜର୍ସଙ୍କୁ ସର୍ଭେ ପଠାଇବ । ନୂଆ ସର୍ଭେ ଆସିବା ପରେ ୟୁଜର୍ସଙ୍କୁ ଫୋନରେ ନୋଟିଫିକେସନ୍ ଆସିବ ।

• ଧ୍ୟାନ ରଖନ୍ତୁ । ପ୍ରଶ୍ନର ଉତ୍ତର ୨୪ ଘଂଟା ଭିତରେ ଦେବାକୁ ପଡିବ । ଥରେ ସର୍ଭ ଏକ୍ସପେୟାର୍ ହୋଇଗଲେ ଉତ୍ତର ଦେଇପାରିବେନି ।

• ତେବେ ପଶ୍ନର ଉତ୍ତର ଦେଉ ଦେଉ ଆପଣଙ୍କୁ କ୍ରେଡିଟ୍ ମିଳିବନି । ରିଭ୍ୟୁ ହେବା ପରେ ହିଁ ମିଳିବ ।