ମୋଦିଙ୍କ ତରଫରୁ ଦିଲ୍ଲୀକୁ ଉପହାର ! ନିତୀନ ଗଡ଼କରୀ କଲେ ଖୁଲାସା

56

କନକ ବ୍ୟୁରୋ : ମୋଦିଙ୍କ ତରଫରୁ ଦିଲ୍ଲୀକୁ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ସେ ଆଗାମୀ ୬ ମାସ ଭିତରେ ହିଁ ଏହି ଉପହାର ଦିଲ୍ଲୀକୁ ଦେବେ ବୋଲି ସୂଚନା ଆସିଛି । କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଗତକାଲି ଏକଥା କହିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଗାମୀ ୬ ମାସ ଭିତରେ ଅନକ ରାଜମାର୍ଗର ଉଦଘାଟନ କରି ଦିଲ୍ଲୀକୁ ବଡ଼ ଉପହାର ଦେବେ । ଗଡ଼଼କରୀ କହିଛନ୍ତି, ଏପରି କରିବା ଦ୍ୱାରା ଦିଲ୍ଲୀରେ ଲୋକଙ୍କ ଗମନାଗମନ ସୁଗମ ହେବା ସହ ପ୍ରଦୂଷଣରୁ ମୁକ୍ତି ମିଳିବ ।