ରେଲୱେ ବୋର୍ଡ ଘୋଷଣା କଲା ନୂଆ ତାରିଖ ! ଗ୍ରୁପ୍ ଡିରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆଣିଲା ଖୁସି ଖବର ।

332

ଯଦି ଆପଣ ବି ରେଲୱେ ରିକ୍ୟୁଟମେଣ୍ଟ୍ ବୋର୍ଡ (ଆରଆରବି) ତରଫରୁ କରାଯାଇଥିବା ଗ୍ରୁପ୍ ଡି ପରୀକ୍ଷା ପାଇଁ ଆବେଦନ କରିଛନ୍ତି ତେବେ ରେଳବାଇ ଆପଣଙ୍କୁ କିଛି ସମୟର ଆରାମ ଦେଇଛି । ଗ୍ରୁପ୍ ଡିର କମ୍ପ୍ୟୁଟର ବେସଡ୍ ପରୀକ୍ଷା ୧୨ ରୁ ୧୪ ଡିସେମ୍ବର ମଧ୍ୟରେ ହେବାକୁ ଥିବାବେଳେ ଗ୍ରୁପ୍ ସି ପରୀକ୍ଷା ଅନୁସାରେ ଲୋକୋ ପାଇଲେଟ୍ ଏବଂ ଟେକନିସିଆନ୍ ପଦ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ୧୨ ଡିସେମ୍ବରକୁ ହେବାକୁ ଯାଉଥିଲା ।

ଏମିତିରେ ଆସିଷ୍ଟାଣ୍ଟ୍ ଲୋକୋ ପାଇଲେଟ୍ ଏବଂ ଟେକନିସିଆନ୍ ପରୀକ୍ଷା ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ସହ ଗ୍ରୁପ୍ ଡି ପାଇଁ ମଧ୍ୟ ପରୀକ୍ଷା ଦେବାକୁ ପଡିଥାନ୍ତା । ଯାହା ଅନେକ ପରୀକ୍ଷାର୍ଥୀ ପାଇଁ ଚିନ୍ତାର କାରଣ ପାଲଟିଥିଲା । କିନ୍ତୁ ଏବେ ରେଲୱେ ଏଏଲପି ଏବଂ ଟେକନିସିଆନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହେବାକୁ ଯାଉଥିବା ସିବିଟିର ତାରିଖକୁ ଆଗକୁ ବଢାଇ ଦେଇଛି ।

୧୨ ରୁ ୧୪ ଡିସେମ୍ବର ମଧ୍ୟରେ ହେବ ଗ୍ରୁପ୍ ଡି ପରୀକ୍ଷା :

ଏବେ ଲକ୍ଷାଧିକ ପ୍ରାର୍ଥୀ ୧୨ ରୁ ୧୪ ଡିସେମ୍ବର ମଧ୍ୟରେ ଗ୍ରୁପ୍ ଡି ପରୀକ୍ଷା ଦେବାସହ ଗ୍ରୁପ୍ ସି ପାଇଁ ପରେ ମଧ୍ୟ ପରୀକ୍ଷା ଦେଇପାରିବେ । ଏବେ ଏଏଲପି ଏବଂ ଟେକନିସିଆନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୧୨ ବଦଳରେ ୨୪ ଡିସେମ୍ବରକୁ ହେବ ।