ରେଳ ଦୃଷ୍ଟି ଡାସବୋର୍ଡ଼ ଲଂଚ କଲେ ପୀୟୂଷ ଗୋଏଲ୍ ! ଟ୍ରେନରେ କିଭଳି ଖାଦ୍ୟ ପ୍ରସ୍ତୁତି ହେଉଛି ଲାଇଭ ଦେଖିବା ସହ ରେଳଯାତ୍ରୀଙ୍କୁ ମିଳିବ ଅନେକ ସୁବିଧା

89

ରେଳମନ୍ତ୍ରୀ ପୀୟୁଷ ଗୋଏଲ ଯାତ୍ରୀଙ୍କ ସୁବିଧା ପାଇଁ ଆଜି ଲଂଚ କରିଛନ୍ତି ‘ରେଳ ଦୃଷ୍ଟି ଡାସବୋର୍ଡ଼’ । ଏହାକୁ କମ୍ପ୍ୟୁଟର, ମୋବାଇଲ ଓ ଲାପଟପ୍ ଦ୍ୱାରା ଯେକୌଣସି ସ୍ଥାନରୁ ଆକ୍ସେସ କରିହେବ । ରେଳ ଦୃଷ୍ଟି ଡାସବୋର୍ଡ଼ ସାହାଯ୍ୟରେ ଯାତ୍ରୀଙ୍କୁ ଟ୍ରେନର ରିୟଲ ଟାଇମ୍ ବେସିସରେ ସୂଚନା ମିଳିପାରିବ । ଏହାବ୍ୟତୀତ ଯାତ୍ରୀଙ୍କ ଅଭିଯୋଗ ଓ ତାହାର ସମାଧନାର ମଧ୍ୟ ଖୁବ ଶୀଘ୍ର ହୋଇପାରିବ ।

ରେଲୱେ ଡାସବୋର୍ଡ଼ ମାଧ୍ୟମରେ ଟ୍ରେନ୍ ଚାଲିବାର ପ୍ରକୃତ ସମୟ ବିଷୟରେ ସୂଚନା ମିଳିବ । କେଉଁ କେଉଁ ସ୍ଥାନରୁ ଟ୍ରେନ ଚାଲିବା ଆରମ୍ଭ ହୋଇଛି, କେଉଁଠି ଅଟକିଛି ତାହାର ସୂଚନା ମିଳିବ । ଦେଶର କେଉଁ ଷ୍ଟେସନରେ କେଉଁ ସୁବିଧା ଉପଲବ୍ଧ ଏବେ ଯାତ୍ରୀ ଖୁବ ସହଜରେ ଜାଣିପାରିବେ । ଟ୍ରେନରେ ମିଳୁଥିବା ଖାଦ୍ୟର ସମସ୍ତ ପ୍ୟାକେଟ୍ ଉପରେ ବାର କୋର୍ଡ଼ ଓ ଫୋନ ନମ୍ବର ରହିବ । କଭଳି ଭାବେ ଖାଦ୍ୟ ପ୍ରସ୍ତୁତ ହେଉଛି ଆପଣ ବାରକୋଡ଼ ବ୍ୟବହାର କରି ଲାଇଭ୍ ଦେଖିପାରିବେ । ରୋଷେଇ ପ୍ରଣାଳୀରେ ଆପଣ ସନ୍ତୁଷ୍ଟ ନରହିଲେ raildrishti.org.in ରେ ଅଭିଯୋଗ କରିପାରିବେ ଯାତ୍ରୀ ।