ମାତ୍ର ୧୦ ସେକେଣ୍ଡରେ ପାଆନ୍ତୁ ଟ୍ରେନର ଲାଇଭ ବିବରଣୀ : ମୋବାଇଲରେ ସେଭ୍ କରିବା ପାଇଁ ପଡ଼ିବ ଏକ ନମ୍ବର

47

ଭାରତରେ ଟ୍ରେନ ବିଳମ୍ବରେ ଆସିବା ଅତି ସାଧାରଣ ସମସ୍ୟା । ଦେଶରେ ପ୍ରାୟ ଲୋକେ ଟ୍ରେନରେ ଯାତ୍ରା କରୁଥିଲେ ମଧ୍ୟ ଏହି ଅସୁବିଧାର କୌଣସି ସମାଧାନ ନାହିଁ । ଅନେକ ସମୟରେ ଆମେ ଷ୍ଟେସନରେ ଆଗରୁ ପହଞ୍ଚିଯାଉ, କିନ୍ତୁ ଟ୍ରେନ୍ ବିଳମ୍ବରେ ଆସେ । ଏପରି ହେଲେ ଯାତ୍ରୀ ହଇରାଣ ହେବା ସହ ବିରକ୍ତିବୋଧ ମଧ୍ୟ ଆସେ । ଏପରିସ୍ଥଳରେ ଯାତ୍ରୀଙ୍କ ପାଖରେ ଟ୍ରେନ୍ ଇନକ୍ୱାରୀ ନମ୍ବର ୧୩୯ କୁ କଲ୍ କରିବା ବ୍ୟତୀତ କୌଣସି ବିକଳ୍ପ ନଥାଏ । କିନ୍ତୁ ଏହା ମଧ୍ୟ ଏତେ ସହଜ ନୁହେଁ । କାରଣ ୧୩୯କୁ କଲ୍ କଲେ ପ୍ରାୟ ସବୁ ସମୟରେ ରୁଟ ଥିବାକରୁ କଲ୍ ଲାଗେନାହିଁ । କିନ୍ତୁ ଏବେ ଆଉ ଏପରି ସମସ୍ୟା ଭୋଗିବେ ନାହିଁ ଯାତ୍ରୀ । ଟ୍ରେନର ଲାଇଭ୍ ଷ୍ଟାଟସ୍ ଅତି ସହଜରେ ପାଇପାରିବେ ।

whatsaap
image courtesy-aajtak

ଘରେ ବସି ବସି ଟ୍ରେନର ଲାଇଭ୍ ଷ୍ଟାଟସ୍ ଜାଣିପାରିବେ ଯାତ୍ରୀ । ଟ୍ରେନର ଲାଇଭ୍ ଷ୍ଟାଟସ୍ ଜାଣିଗଲେ ଯାତ୍ରୀଙ୍କୁ ଷ୍ଟେସନରେ ଅଧିକ ସମୟ ବସି ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ । ରେଳବାଇ ଆପଣଙ୍କୁ ଲାଇଭ୍ ଷ୍ଟାଟସ୍ ଉପଲବ୍ଧ କରାଉଛି, ତାହା ବି ଆପଣଙ୍କ ହ୍ୱାଟସଆପ୍ ନମ୍ବରରେ । ତେବେ ଏଥିପାଇଁ ଆପଣଙ୍କୁ କରିବା ପାଇଁ ପଡ଼ିବ ଗୋଟିଏ ଛୋଟିଆ କାମ । ଏହାସହ ଆଉ ଆପଣଙ୍କୁ ୧୩୯ ନମ୍ବରକୁ କଲ କରିବା ପାଇଁ ପଡ଼ିବ ନାହିଁ । ଟ୍ରେନର ଡିପାରଚେର ଠାରୁ ଆରମ୍ଭ ଟ୍ରେନର ସମସ୍ତ ବିବରଣୀ ଆପଣଙ୍କ ହ୍ୱାଟସଆପକୁ ଆସିିଯିବ । ଏହା ବ୍ୟତୀତ ଟାକ୍ସି, ରିଟାୟରିଂ ରୁମ, ହୋଟେଲ୍, ଟୁର ପ୍ୟାକେଜ୍ , ଇ-କ୍ୟୋଟରିଂ ଓ ଯାତ୍ରୀ ସହ ଜଡ଼ିତ ଅନ୍ୟ ବିବରଣୀ ହାସଲ କରିପାରିବେ ।

ଟ୍ରେନର ଲାଇଭ୍ ଷ୍ଟାଟସ ଜାଣିବା ପାଇଁ ଆପଣଙ୍କୁ ନିଜ ମୋବାଇଲରେ ୭୩୪୯୩୮୯୧୦୪ ନମ୍ବର ସେଭ୍ କରିବା ପାଇଁ ପଡ଼ିବ । ଏହାପରେ ଆପଣଙ୍କୁ ଆପଣ କୌଣସି ବି ଟ୍ରେନ୍ ନମ୍ବର ସେଣ୍ଟ କରି ତା ବିଷୟରେ ବିବରଣୀ ହାସଲ କରିପାରିବେ । ମାତ୍ର ୧୦ ସେକେଣ୍ଡ ଭିତରେ ଆପଣଙ୍କୁ ଟ୍ରେନ ଲାଇଭ ଷ୍ଟାଟସ୍ ପାଇପାରିବେ ।