ବେସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କଲା ଏହି କମ୍ପାନୀ : ସପ୍ତାହରେ ୪ଦିନ କାମ କରିବା ସହ ୩ଦିନ ଆରାମ କରିପାରିବେ କର୍ମଚାରୀ

7

ସପ୍ତାହରେ ଗୋଟିଏ ଦିନ ଛୁଟି ପାଉଥିବା କର୍ମଚାରୀମାନେ ସବୁବେଳେ ତାଙ୍କୁ ଆରାମ ପାଇଁ କମ ସମୟ ମିଳୁଥିବାର ଅଭିଯୋଗ କରି ଆସିଛନ୍ତି । ଦିନଟିଏ ଛୁଟି କେମିତି ବିତି ଯାଉଛି ତାହା ଜଣା ପଡ଼ୁ ନାହିଁ ବୋଲି ଅନେକ କହନ୍ତି। ବିଶେଷ କରି ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଏପରି ଅଧିକ କହିଥାଆନ୍ତି। ନ୍ୟୁଜିଲାଣ୍ଡରେ ଏକ କମ୍ପାନୀ ନିଜ କର୍ମଚାରୀଙ୍କ ସମସ୍ୟାକୁ ଆଖି ଆଗରେ ରଖି କମ କାମ କର ଓ ଅଧିକ ପ୍ରାପ୍ତ କରିବା ପନ୍ଥା ଅବଲମ୍ବନ କରିଛି । ସେମାନଙ୍କୁ ସପ୍ତାହରେ ୩ଦିନ ଛୁଟି ଦେବ ବୋଲି ଜଣାପଡ଼ିଛି । ଏହି ୩ ଦିନ ଛୁଟିରେ କର୍ମଚାରୀମାନଙ୍କର ଦରମା ମଧ୍ୟ କଟାଯିବ ନାହିଁ ।

 

ସୂଚନା ମୁତାବକ, ପରପେଚୁଆଲ ଗାର୍ଡ଼ିୟନ ନାମକ କମ୍ପାନୀ ଏହି ନିୟମ ଲାଗୁ କରିବା ପୂର୍ବରୁ ଏ ନେଇ ୨ମାସ ପରୀକ୍ଷା କରିଥିଲା । ଦୁଇ ମାସର ପରୀକ୍ଷାରେ ସଫଳ ହେବା ପରେ ସବୁ ଦିନ ପାଇଁ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା କମ୍ପାନୀ । ୨ମାସର ପରୀକ୍ଷାରୁ ମିଳିଥିବା ଫଳ ଅନୁଯାୟୀ,ଏହି ଦୁଇ ମାସରେ କର୍ମଚାରୀଙ୍କୁ ସପ୍ତାହରେ ୪ଦିନ କାମ କରିବାକୁ ଦିଆଯାଇଥିଲା । ଯାହା ପରେ ଦୁଇ ମାସରେ ହିଁ କମ୍ପାନୀ ଅଧିକ ଉଚ୍ଚକୁ ଯାଇପାରିଥିଲା । ୩ ଦିନ ଛୁଟିରେ ରହିବା ପରେ କର୍ମଚାରୀମାନଙ୍କର କାମ କରିବାର କ୍ଷମତା ବଢ଼ିବା ସହ ସେମାନେ ପୂର୍ବ ଅପେକ୍ଷା ଭଲ କାମ କରିଥିଲେ, ଯାହାଦ୍ୱାରା କମ୍ପାନୀର ବ୍ୟବସାୟରେ ଉନ୍ନତି ଘଟିଥିଲା। କର୍ମଚାରୀମାନଙ୍କର ଅବସାଦ କମ ହେବା ସହ ସେମାନେ ନିଜର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଠିକ୍ ଭାବରେ ସମୟ ଦେଇ ପାରିଥିଲେ । ଏତେ ସବୁ ଲାଭ ହେଉଥିବାରୁ କମ୍ପାନୀ ଏହି ନିୟମ ସବୁଦିନ ପାଇଁ ଲାଗୁ କରିଥିବା ଜଣାପଡ଼ିଛି ।

Comments are closed.