ଏସପିଙ୍କଠାରୁ ଲୁଟ୍: ମର୍ଣ୍ଣିଂୱାର୍କ ବେଳେ ଟାଙ୍ଗିଆରେ ଆକ୍ରମଣ କରି ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

ବିଷ୍ଣୁ ପ୍ରସାଦଙ୍କ ମୁଣ୍ଡରେ ଆଘାତ

310

କନକ ବ୍ୟୁରୋ: ବଲାଙ୍ଗୀରରେ ଅବସରପ୍ରାପ୍ତ ଏସପିଙ୍କଠାରୁ ଲୁଟ୍ । ଆଜି ସକାଳେ ବିଷ୍ଣୁପ୍ରସାଦ ପାଢୀ ମର୍ଣ୍ଣିଂ ୱାର୍କ କରୁଥିବାବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ପଛପଟୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏହା ପରେ ସେ ତାଙ୍କଠାରୁ ୩ ଶହ ଟଙ୍କା ଲୁଟି ନେଇଥିଲା ।

ଏହି ଆକ୍ରମଣରେ ବିଷ୍ଣୁ ପ୍ରସାଦଙ୍କ ମୁଣ୍ଡରେ ଆଘାତ ଲାଗିଛି । ବିଷ୍ଣୁପ୍ରସାଦ ପାଢୀ ବୌଦ୍ଧର ଏସପି ଥିଲେ । ଏ ନେଇ ବିଷ୍ଣୁ ପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି । ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଏଭଳି କରିଥିବା ଆଶଙ୍କା କରାଯାଉଛି ।