ଚରିତ୍ର ପରେ ଚଳଚ୍ଚିତ୍ର ! ରିଲିଜର ଦିନକ ପୂର୍ବରୁ ବିବାଦରେ ଫିଲ୍ମ ‘ଭାଇନା କଣ କଲା ସେ’

170

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ‘ଭାଇନା କଣ କଲା ସେ’। ରାତି ପାହିଲେ ଫ୍ଲୋରକୁ ଆସିବ ଏହି ଫିଲ୍ମ । କାଲି ଗ୍ରାଣ୍ଡ ପ୍ରିମିୟର । ତେବେ ସିଲଭରସ୍କ୍ରିନକୁ ଆସିବା ପୂର୍ବରୁ ଫିଲ୍ମ ଆସିଯାଇଛି ବିବାଦକୁ । ଚଳଚ୍ଚିତ୍ରର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ହୋଇଛି ଆବେଦନ। ଅଭିଯୋଗ ହୋଇଛି, ଫିଲ୍ମରେ ରହିଛି ଓଲିଉଡ୍ କମେଡି କିଙ୍ଗ୍ ପପୁ ପମପମଙ୍କ କାହାଣୀ। ଯାହା ରିଲିଜ୍ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ଖାଲି ସେତିକି ନୁହେଁ ଫିଲ୍ମରେ ରହିଛି ଅତ୍ୟଧିକ ଅଶ୍ଳୀଳ ସିନ୍ । ଯାହାକୁ ପରିବାର ସହ ଦେଖିହେବନି ।

vlcsnap-2016-09-15-19h19m37s955ଷ୍ଟାଇଲିସ ଗଗଲ୍ସ । ବାଳୁଙ୍ଗା ଅନ୍ଦାଜ ଓ କର୍ଲି ହେୟାର । ପୁରା ପପୁଙ୍କ ଭଳି ଲୁକ୍ । କଳାକାରଙ୍କ ଲୁକ୍ ଓ କାହାଣୀର ଗତି ପପୁଙ୍କ ଉପରେ ଆଧାରିତ ବୋଲି ଚର୍ଚ୍ଚା ହେଉଛି । ତେବେ ପପୁଙ୍କ ସହ ଫିଲ୍ମର କନେକ୍ସନକୁ ଖଣ୍ଡନ କରିଛନ୍ତି ନିର୍ଦେଶକ ସଂଜୟ ନାୟକ। ପୂର୍ବରୁ ସେନସର ବୋର୍ଡ ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍ ଦେଇଛି।

ଫିଲ୍ମରେ ରହିଛି ଜଣେ ଗାଉଁଳି ଯୁବକର କାହାଣୀ । ଗାଁରୁ ସୁପରଷ୍ଟାର ଯାଏଁ ଯାତ୍ରା। ଆଉ ତାପରେ କଳଙ୍କ। ଠିକ୍ ପପୁ ପମପମଙ୍କ ଭଳି । ପପୁ ବି ମୟୂରଭଞ୍ଜର ଏକ ଗାଁରୁ ଆସି ବନିଯାଇଥିଲେ ଓଲିଉଡ୍ର କମେଡି କିଙ୍ଗ୍ । ପରେ ଛନ୍ଦି ହୋଇଯାଇଥିଲେ କାଷ୍ଟିକାଉଚ୍ ଓ ଚିଟଫଣ୍ଡ ମାମଲାରେ । ଏବେ ଏହି ଫିଲ୍ମକୁ ନେଇ ବିବାଦ।