ପରଲୋକରେ କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ତଥା କ୍ରାନ୍ତିକାରୀ ନେତା ଫିଡେଲ୍ କାଷ୍ଟ୍ରୋ

19

କନକ ବ୍ୟୁରୋ : ପରଲୋକରେ କ୍ୟୁବାର କ୍ରାନ୍ତିକାରୀ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଫିଡେଲ୍ କାଷ୍ଟ୍ରୋ । ୯୦ ବର୍ଷ ବୟସରେ ଫିଡେଲ୍ କାଷ୍ଟ୍ରୋଙ୍କର ଦେହାନ୍ତ ହୋଇଛି । ତାଙ୍କର ଭାଇ ତଥା ରାଷ୍ଟ୍ରପତି ରାଉଲ କାଷ୍ଟ୍ରୋ ଏହି ଘୋଷଣା କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିିତ୍ସିତ ଥିଲେ ।

ଫିଡେଲ ୧୯୫୯ରୁ ୧୯୭୬ ପର୍ଯ୍ୟନ୍ତ କ୍ୟୁବାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ, ତାପରେ ରାଷ୍ଟ୍ରପତି ପଦରେ ରହିଥିଲେ । ସେ ସ୍ୱଇଚ୍ଛାକୃତ ଭାବରେ ୨୦୦୮ମସିହାରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ହାଭାନା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରୁ ହିଁ ରାଜନୀତିକୁ ପ୍ରବେଶ କରିଥିଲେ କାଷ୍ଟ୍ରୋ । ଏବଂ ବିଶ୍ୱର ଜଣେ କ୍ରାନ୍ତିକାରୀ ନେତା ଭାବେ ପରିଚିତ ହୋଇଥିଲେ ।

କାଷ୍ଟ୍ରୋ କ୍ୟୁବା ରାଜନୀତିରେ କ୍ରାନ୍ତି ଆଣିଥିଲେ । ସେ କ୍ୟୁବାରୁ ଆମେରିକା ସମର୍ଥିତ ଏକଛତ୍ରବାଦ ଶାସନର ମୁଳେତ୍ପାଟନ କରିଥିଲେ ଏବଂ ୧୯୫୯ରେ ସତାକୁ ଆସିବା ସହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।