ସିୱେଜ୍ ସିପିଂ ମ୍ୟାନେଜର ହତ୍ୟା ମାମଲା : ମହିମା ମିଶ୍ରଙ୍କ ପାଇଁ ବଢୁଛି ଅଡୁଆ

33

ପାରାଦୀପ : ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ହତ୍ୟା ମାମଲାରେ ଜଗତସିଂହପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଆଜି ଓଡିଶା ଷ୍ଟିଭେଡର୍ସ ମୁଖ୍ୟ ମହିମା ମିଶ୍ରଙ୍କ କଟକ ଓଡିଆ ବଜାରସ୍ଥିତ ବାସଭବନରେ ଚଢ଼ାଉ କରିଛି ପୁଲିସ ।

ନିଶ୍ଚିନ୍ତକୋଇଲିସ୍ଥିତି ତାଙ୍କ ଫାର୍ମ ହାଉସରେ ବି ରେଡ୍ କରିଛି ପୁଲିସ । ଏହା ସହିତ ଭୁବନେଶ୍ୱରରେ ଥିବା ମହିମା ମିଶ୍ରଙ୍କ ଏମ୍ପାୟାର ହୋଟେଲରେ ମଧ୍ୟ ଚଢ଼ାଉ କରିଛି ପୁଲିସ୍ । ଏହି ଚଢ଼ାଉ ସମୟରେ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି ।