ଖୁବ ଶୀଘ୍ର ଚାର୍ଜ ହେବ ଆପଣଙ୍କ ସ୍ମାଟଫୋନ୍ : କେବଳ ଏକ ସେଟିଂକୁ କରନ୍ତୁ ପରିବର୍ତ୍ତନ

59

ଆଜିକାଲି ସମସ୍ତେ ବ୍ୟବହାର କରୁଛନ୍ତି ସ୍ମାଟଫୋନ୍ । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍ମାଟଫୋନ୍ । ତେବେ ସ୍ମାଟଫୋନ୍ ବ୍ୟବହାର କରିବା ସହଜ ସିନା କିନ୍ତୁ ଚାର୍ଜ ରଖିବା ଖୁବ କଷ୍ଟ । କାରଣ ସବୁବବେଳେ ବ୍ୟବହାର ଯୋଗୁଁ ସ୍ମାଟଫୋନରୁ ଖୁବ ଶୀଘ୍ର କମିଯାଏ ଚାର୍ଜ । ଏହି ଅସୁବିଧା ଦୂର କରିବା ପାଇଁ ନିଜ ଫୋନର କେବଳ ଏକ ସେଟିଂ ପରିବର୍ତ୍ତନ କରି ଦୂର କରାଯାଇପାରିବ । ଏହି ସେଟିଂକୁ ପରିବର୍ତ୍ତନ କରାଇବା ଦ୍ୱାରା ଚାର୍ଜିଂ ହେଉଥିବା ସମୟ ୨୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯିବ ।

ଶୀଘ୍ର ଚାର୍ଜିଂ ପାଇଁ ଫୋନରେ ସିକ୍ରେଟ୍ ସେଟିଂ ଥାଏ । ଏହି ସେଟିଂ ଫୋନର ଡେଭଲୋପର୍ ଅପ୍ସନରେ ଥାଏ, ଯାହାକୁ ପ୍ରଥମେ ଆକ୍ଟିଭ୍ କରିବା ପାଇଁ ପଡ଼େ । ଏହି ସେଟିଂକୁ ଆପ୍ଲାଇ କରିବା ପାଇଁ ସର୍ବପ୍ରଥମେ ଫୋନ୍ ସେଟିଂ ଯାଇ About phoneରେ କ୍ଲିକ୍ କରନ୍ତୁ । ସେଠାରେ ନିମ୍ନରେ ବିଲ୍ଡ ନମ୍ବରରେ ୭ରୁ ୮ ଥର ଟାବ୍ କରିବା ପାଇଁ ପଡ଼େ । ଆଉ ତା’ପରେ ଡ଼େଭଲୋପର ଅପ୍ସନ ଆସିଯାଏ । ଏହି ଅପ୍ସନରେ ଫୋନ ସହିତ ଜଡ଼ିତ ଅନେକ ଅପ୍ସନ ଥାଏ ।

ଫୋନକୁ ଫାଷ୍ଟ ଚାର୍ଜ କରିବା ପାଇଁ ଚାହୁଁଥିଲେ ଆଣ୍ଡଏଡ଼୍ ସ୍ମାଟଫୋନରେ ୟୁଏସବି କନଫିଗୁରେସନରେ ମିଡ଼ିଆ ଟ୍ରାନ୍ସଫର ପ୍ରୋଟୋକଲରେ ଚୟନ କରନ୍ତୁ । ଯାହାଦ୍ୱାରା ଫୋନ୍ ଚାର୍ଜ ହୋଇଯାଏ ସତ, କିନ୍ତୁ ଏମଟିପି ଅପ୍ସନକୁ ସବୁବେଳେ ପ୍ରଥମେ ରିଡ଼୍ କରେ । ଏହାକୁ ପରିବର୍ତ୍ତନ କରି ଚାର୍ଜିଂ ଅପ୍ସନକୁ ଚୟନ କରିବା ପାଇଁ ପଡ଼ିବ । ଆଉ ତା’ପରେ ଫୋନରେ ଡେଭଲୋପର ଅପ୍ସନ ଆସିଗଲେ, ଓପନ୍ କରନତୁ । ଏଥିରେ ସେଟିଂରେ ସବୁଠାରୁ ତଳେ ଥାଏ, ଏଥିରେ ଟାପ ରାଇଟ୍ ଅନ୍ କରନ୍ତୁ ।

ତା’ପରେ Developer options ତଳେ ନେଟୱର୍କ ଅପ୍ସନରେ Select USB configuration ଅପ୍ସନରେ ଥାଏ । ତାହାକୁ ଓପନ୍ କରି ଏମଟିପି ଅଟୋ ସିଲେକ୍ଟ ଚୟନ କରନ୍ତୁ । ଏଠାରେ ଆପଣ ଚାର୍ଜିଂକୁ ଚୟନ କରିପାରିବେ । ସେଠାରେ ଆପଣ ଚାର୍ଜିଂ ଚୟନ କରି ଫେରିଆସନ୍ତୁ ଓ ଡେଭଲୋପର ଅପ୍ସନରୁ ବାହାରି ଯାହାନ୍ତୁ । ଏହାପରେ ପୁଣି ଥରେ ଉକ୍ତ ଅପ୍ସନକୁ ଯାଇ ଚେକ୍ କରନ୍ତୁ ଏବଂ ଚାର୍ଜିଂ ଚନୟ କରନ୍ତୁ । ଆଉ ଏବେ ଆପଣଙ୍କ ଫୋନ ପୂର୍ବାପେକ୍ଷା ଅଧିକ ବେଗରେ ଚାର୍ଜ ହେବ ।