ଫଟୋରେ ଫଟୋରେ ଦେଖନ୍ତୁ ବାତ୍ୟାର କରାଳ ରୂପ : ବିଭିନ୍ନ ସ୍ଥାନରେ ଫୋନି ପ୍ରଭାବରେ ଅବସ୍ଥା ସାଂଘାତିକ

867

ପ୍ରବଳ ବେଗରେ ପୁରୀ ଆଡ଼କୁ ମାଡ଼ି ଆସୁଛି ଫୋନି । ବର୍ତ୍ତମାନ ସମୟରେ ପୁରୀରେ ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇସାରିଛି । ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିଛି ।

ପୁରୀରେ ବଡ଼ ବଡ଼ ଗଛ ଉପୁଡ଼ିବାରେ ଲାଗିଛି । ଶହ ଶହ ନଡ଼ିଆ ଗଛ ବାତ୍ୟା ପ୍ରଭାବରେ ଭାଙ୍ଗି ପଡ଼ିଛି ।

କେବଳ ପୁରୀ ନୁହଁ ଫୋନି ପ୍ରଭାବରେ ଚନ୍ଦ୍ରଭାଗାରେ ଅବସ୍ଥା ସାଂଘାତିକ ହୋଇପଡ଼ିଛି । ଧୂଳି ଝଡ଼ ସାଙ୍ଗକୁ ବାତ୍ୟାର କରାଳ ରୂପ ଦେଖିବା ପାଇଁ ମିଳିଛି ।

ବାଙ୍କିରେ ମଧ୍ୟ ସମାନ ଅବସ୍ଥା ଦେଖିବା ପାଇଁ ମିଳିଛି । ବଡ଼ ବଡ଼ ଗଛ ରାସ୍ତା ଉପରେ ଭାଙ୍ଗି ପଡ଼ିଛି ।

ତଳିଆ ଅଂଚଳ ଗୁଡ଼ିକର ଅବସ୍ଥା ସାଂଘାତିକ ହୋଇପଡ଼ିଛି । ଜୁଆର ମାଡ଼ି ଆସିବା ସହ ଭୟଙ୍କର ଗର୍ଜନ କରୁଛି ସମୁଦ୍ର ।

ରାଜଧାନୀରେ ମଧ୍ୟ ଫୋନି ପ୍ରଭାବରେ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି । ଗତ ରାତି ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବେଗରେ ବହୁଛି ପବନ ।

କେଉଁଠି ଘର ଛପର ଉଡ଼ିଯାଇଛି ତ ଆଉ କେଉଁଠି ଘରେ ପାଣି ପଶିଯାଇଛି । ବଡ଼ ବଡ଼ ଗଛ ଗୁଡ଼ିକ ବାତ୍ୟା ଯୋଗୁଁ ଜୋରରେ ଦୋହଲିବାରେ ଲାଗିଛନ୍ତି ।

ଜରୁରୀକାଳୀନ ପରିସ୍ଥିତି ପାଇଁ ଏନଡ଼ିଆରଏଫ୍ ଟିମ୍ ପୁରା ପ୍ରସ୍ତୁତ ଅଛନ୍ତି ।