ରାଗି ଗଲେ ଭାଇଜାନ ! ଆୱାର୍ଡ ସୋ’ରେ କଚାଡି ଭାଙ୍ଗିରେ ଫ୍ୟାନଙ୍କ ଫୋନ୍

44

ବଲିଉଡ ଭାଇଜାନ ତାଙ୍କର ସ୍ୱଭାବ ଏବଂ ମୁଡକୁ ନେଇ ଜଣାଶୁଣା । ଯାହାର ଏକ ତାଜା ଉଦାହରଣ ଏବେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ନିକଟରେ ଏକ ଆୱାର୍ଡ ସୋ’ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବଲିଉଡ ଜଗତର ଅନେକ ଷ୍ଟାର-ସୁପରଷ୍ଟାରମାନେ ସାମିଲ ହୋଇଥିଲେ । ଆଉ ଏହି ଅବସରରେ ସଲମାନ ଖାନ ମଧ୍ୟ ଯୋଗଦେଇଥିଲେ । ତେବେ ସୋ’ ଶେଷ ହେବା ପରେ ସୁଲତାନ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ ମିଶି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ଜଣେ ଯୁବକ ଆସି ସଲମାନଙ୍କ ନିକଟରେ ପହଂଚିଥିଲେ । ଏବଂ ନିଜ ପକେଟରୁ ଫୋନ ବାହାର କରିବା ସହିତ ଫୋନଟିର ପ୍ରଶଂସା କରିବାକୁ ଲାଗିଥିଲେ । ଆଉ କହିଥିଲେ କି ‘ଏହା ଏକ ଅନବ୍ରେକବୁଲ୍ ମୋବାଇଲ’ । ତେବେ ଯୁବକଙ୍କ କଥାକୁ ଇଗନୋର କରି ସୁଲତାନ ପୁଣି ପୂର୍ବ ଭଳି ନିଜ ପରିବାର ପରିଜନଙ୍କ ସହ ବାର୍ତ୍ତାଳାପ କରିବାକୁ ଲାଗିଥିଲେ ।

ମାତ୍ର ଉକ୍ତ ଯୁବକ ଜଣକ ବାରମ୍ବାର ସଲମାନଙ୍କ ଆଗରେ ନିଜ ଫୋନର ଖୁବ୍ ପ୍ରଶଂସା କରିବାକୁ ଲାଗିଥିଲେ ଏବଂ ତାଙ୍କ ଫୋନଟି କେବେ ଭାଙ୍ଗିବ ନାହିଁ ବୋଲି ଦାବି ମଧ୍ୟ କରିଥିଲେ । ଏହାପରେ ସୁଲତାନ ଉକ୍ତ ଯୁବକଙ୍କଠାରୁ ଫୋନଟିକୁ ନେଇ ଯାଇଥିଲେ ଓ ତାକୁ ଚଟାଣରେ ବଳ ପୂର୍ବକ ଫିଙ୍ଗି ଦେଇଥିଲେ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ମୋବାଇଲଟି ଏତେ ଜୋରରେ ତଳେ ପଡିବା ସତ୍ୱେ ବି କିଛି ହୋଇନଥିଲା । ହେଲେ ଭାଇଜାନ ହାର ମାନି ନଥିଲେ ସେ ପୁଣି ଥରେ ଫୋନଟିକୁ ତଳେ କଚାଡି ଥିଲେ ତଥାପି ବି ଫୋନଟି ଭାଙ୍ଗି ନଥିଲା ।

ଅନ୍ୟପଟେ, ସଲମାନଙ୍କ ଏଭଳି କାଣ୍ଡକୁ ଦେଖି ସେଠାରେ ସଙ୍ଗେ ସଙ୍ଗେ ଲୋକଙ୍କ ଭିଡ ଜମିଯାଇଥିଲା ଏବଂ ସଲମାନଙ୍କୁ ଫୋନଟିକୁ ଭାଙ୍ଗିବାକୁ ଉତ୍ସାହିତ କରିଥିଲେ । ତେବେ ସଲମାନଙ୍କର ଅନେକ ଚେଷ୍ଟା ପରେ ଶେଷରେ ଫୋନଟି ଭାଙ୍ଗି ଯାଇଥିଲା । ଏହାପରେ ସଲମାନ ଫୋନର ଭଗ୍ନାବଶେଷଗୁଡିକୁ ଗୋଟାଇ ଉକ୍ତ ଯୁବକଙ୍କ ହାତରେ ଧରାଦେଇଥିଲେ ଆଉ କହିଥିଲେ, ଅନବ୍ରେକବୁଲ୍ ଫୋନ ?

ସଲମାନଙ୍କ କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକେ ଖୁବ୍ ଜୋରରେ ହସିବାକୁ ଲାଗିଥିଲେ ଏବଂ ଯୁବକ ଜଣକଙ୍କୁ ମଧ୍ୟ ନିଜ ଭୂଲର ପଶ୍ଚ୍ୟତାପ ହୋଇଥିଲା ।

ସୌଜନ୍ୟ: ଆଜତକ୍