ବିବାହ କରିବେ ‘ବାହୁବଳୀ’ ! ପ୍ରେମିକାଙ୍କୁ ଛାଡି ପ୍ରଭାସ ଧରିଲେ ଏହି ଯୁବତୀଙ୍କ ହାତ

91

ବହୁ ପ୍ରତିକ୍ଷିତ ସିନେମା ‘ବାହୁବଳା-ଟୁ’ର ଦମଦାର ରେକର୍ଡ ଏବେ ଚାରି ଆଡେ ଚର୍ଚ୍ଚା । ଏଥିସହିତ ନାୟକ ପ୍ରଭାସ ମଧ୍ୟ ସିନେମା ଜଗତର ବହୁ ନାମୀଦାମୀ ସୁପରଷ୍ଟାରଙ୍କ ଷ୍ଟାରଡମକୁ ପଛରେ ପକାଇ ଦେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା କି, ବାହୁବଳୀ ଦେଖିବା ପରେ ଅନେକ ଯୁବତୀମାନେ ପ୍ରଭାସଙ୍କ ପ୍ରତି ଏତେମାତ୍ରାରେ ଆକର୍ଷିତ ହୋଇଯାଇଥିଲେ କି ତାଙ୍କୁ ବିବାହ କରିବାପାଇଁ ତାଙ୍କ ନିକଟକୁ ପାଖାପାଖି ୬ ହଜାରଟି ପ୍ରସ୍ତାବ । କିନ୍ତୁ ଏହି ସମସ୍ତ ପ୍ରସ୍ତାବକୁ ମନା କରିଦେଇଥିଲେ ବାହୁବଳୀ ।

ସୂଚନା ମୁତାବକ, ବର୍ତ୍ତମାନ ପ୍ରଭାସ ବିବାହ କରିବାକୁ ଯାଉଛନ୍ତି । ନିକଟରେ ପ୍ରଭାସଙ୍କ ଘରକୁ ରାଶି ସିମେଂଟର ଚେୟାରମ୍ୟାନ୍ ଭୂପତି ରାଜାଙ୍କ ନାତୁଣୀଙ୍କ ବିବାହ ପ୍ରସ୍ତାବ ଆସିଥିଲା । ଯେଉଁଥିରେ ବାହୁବଳୀ ରାଜି ହୋଇଯାଇଛନ୍ତି । ଯଦିଓ ଏସଂପର୍କରେ ପ୍ରଭାସଙ୍କ ପରିବାର ପକ୍ଷରୁ ସେଭଳି କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ପ୍ରଭାସ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ପ୍ରଭାସଙ୍କ ନାଁ ତାଙ୍କ ନାୟିକା ତଥା ଅନୁଷ୍କାଙ୍କ ସହିତ ଯୋଡି ହୋଇସାରିଛି । ଶୁଣିବାକୁ ମଧ୍ୟ ମିଳିଥିଲା କି, ପ୍ରଭାସ ଏବଂ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ସେଥିପାଇଁ ତ ଉଭୟଙ୍କ ବିବାହ ଖବର ଖୁବ୍ ଚର୍ଚ୍ଚାରେ ଥିଲା । କିନ୍ତୁ ପ୍ରଭାସ କାଳେ ଏହାକୁ ଦୀର୍ଘଦିନ ଧରି ଝୁଲାଇ ରଖିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା ।