୧୫ ବର୍ଷ ବୟସରେ ରେଷ୍ଟୁରାଂଟରେ କାମ କରି ରୋଜଗାର କରୁଥିଲେ ମାତ୍ର ୧୨୦ ଟଙ୍କା ! ଆଜିକା ଦିନରେ ମୋନାଲିସା ହେଉଛନ୍ତି ସିନେମା ଜଗତର ସବୁଠାରୁ ହିଟ୍ ନାୟିକା

39

ଭୋଜପୁରୀ ସିନେମା ଜଗତର ଖ୍ୟାତନାମା ଅଭିନେତ୍ରୀ ମୋନାଲିସାଙ୍କର ଜନ୍ମ ଏକ ବଙ୍ଗାଳି ପରିବାରରେ ହୋଇଥିଲା । ୫୦ରୁ ଅଧିକ ଭୋଜପୁରୀ ସିନେମାରେ କାମ କରିସାରିଥିବା ମୋନାଲିସା ରିୟଲିଟି ସୋ ବିଗ ବସ୍-ସିଜନ ୧୦ ଏବଂ ନଚ ବଲିଏ-୮ର ପ୍ରତିଯୋଗୀ ମଧ୍ୟ ରହି ଆସିଛନ୍ତି । ମୋନାଲିସା ନିଜ ମାମୁଁଙ୍କ ପରାମର୍ଶରେ ନିଜର ନାଁ ଅକ୍ଷରା ବିଶ୍ୱାରକୁ ବଦଳାଇ ମୋନାଲିସା ରଖି ଦେଇଥିଲେ । ତେବେ ଆପଣ ଜାଣିଛନ୍ତି କି ଭୋଜପୁରୀ ସିନେମାର ଏହି ହିଟ୍ ନାୟିକା ଏକ ସମୟରେ ଟଙ୍କା ପାଇଁ ରେଷ୍ଟୁରାଂଟରେ ମଧ୍ୟ କାମ କରିସାରିଛନ୍ତି । ଆଉ ଏଥିପାଇଁ ତାଙ୍କୁ ମିଳୁଥୁଲା ମାତ୍ର ୧୨୦ ଟଙ୍କା । ଯଦି ଜାଣି ନାହାଁନ୍ତି ତେବେ ଆଜି ଆମେ ଜଣାଇବୁ କି ବାସ୍ତବରେ କେତେ ସଂଘର୍ଷମୟ ଥିଲା ମୋନାଲିସାଙ୍କ ଜୀବନ ।

ସୂଚନା ମୁତାବକ, ମୋନାଲିସାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ସେ ଏକ ରେଷ୍ଟୁରାଂଟରେ କାମ କରୁଥିଲେ । ଯେଉଁଥିରେ ତାଙ୍କୁ ପାରଶ୍ରମିକ ବାବଦକୁ ପ୍ରତିଦିନ ମାତ୍ର ୧୨୦ ଟଙ୍କା ମିଳୁଥିଲା । ଏକ ସାକ୍ଷାତକାରରେ ମୋନାଲିସା କହିଥିଲେ, ତାଙ୍କର ଏହି ସଂଘର୍ଷପୂର୍ଣ୍ଣ କାହାଣୀ । ମୋନାଲିସା କହିଥିଲେ, ମୋର ପ୍ରଥମ ଚାକିରୀ କୋଲକତାର ଏକ ରେଷ୍ଟୁରାଂଟରେ ୱେଟର ଭାବେ ଆରମ୍ଭ ହୋଇଥିଲା । ସେହି ସମୟରେ ମୁଁ କେବଳ ୧୦ମ ଯାଏ ହିଁ ପାଠପଢି ଥିଲି ଏବଂ ମୋତେ ସେଠାରେ ମୋ ପରିବାର ଲୋକଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଚାକିରୀ କରିବାକୁ ପଡିଥିଲା ।

ଏଠାରେ ଆମେ କହି ରଖୁଛୁ କି, ମୋନାଲିସାଙ୍କ ବାପା ଏକ ଟ୍ରାଭେଲ୍ ଏଜେନ୍ସିରେ କାମ କରୁଥିଲେ ଏବଂ ତାଙ୍କୁ ଏଥିରେ ବହୁତ କ୍ଷତି ସହିବାକୁ ପଡିଥିଲା । ଏପରିକି ଏକ ଏଭଳି ସମୟ ଆସିଥିଲା କି ତାଙ୍କ ପାଖରେ ଭଲରେ ଦୁଇ ଓଳି ଖାଇବାକୁ ଟଙ୍କା ବି ନଥିଲା । ଆଉ ଏହି ସମୟରେ ହିଁ ତଥା ଘରର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ମୋନାଲିସା ମାତ୍ର ୧୫ ବର୍ଷରେ ରେଷ୍ଟୁରାଂଟରେ କାମ କରିବାକୁ ବାଧ୍ୟ ହୋଇଥିଲେ । ମୋନାଲିସାଙ୍କ କହିବା ମୁତାବକ, ଯେତେବେଳେ କୋଲକତାର ବିନିତ ରେଷ୍ଟୁରାଂଟରେ ସେ କାମ କରୁଥିଲେ ସେତେବେଳେ ତାଙ୍କୁ ପାରିଶ୍ରମିକ ବାବଦକୁ ଦିନକୁ ମିଳୁଥିଲା ମାତ୍ର ୧୨୦ ଟଙ୍କା । ସେଠାରେ ସେ ପାଖାପାଖି ୮ ମାସ ଯାଏ କାମ କରିଥିଲେ ।

ପରବର୍ତ୍ତୀ ସମୟରେ ମୋନାଲିସା ତାଜ୍ ବଙ୍ଗଳାରେ ଜଣେ ଗେଷ୍ଟ ଏକ୍ସିକ୍ୟୁଟିଭ ରିଲେସନସିପ ତଥା ଜିଆରଇ ଭାବେ କାମ କରିଥିଲେ ଏବଂ ଯେଉଁଥିରୁ ତାଙ୍କୁ ପ୍ରତିଦିନ ମିଳୁଥିଲା ୧୭୦ ଟଙ୍କା । ସେଠାରେ ପାଖାପାଖି ବର୍ଷେ ଯାଏ କାମ କରିବା ପରେ ମୋନାଲିସା ଓବରୟ ଗ୍ରାଣ୍ଡ ହୋଟେଲରେ ଜିଆରଇ ମ୍ୟାନେଜର ଭାବେ କାମ କରିଥିଲେ । ଏହାପରେ ମୋନା ମଡଲିଂ କରିବା ଆରମ୍ଭ କରିଦେଇଥିଲେ । ହେଲେ ଚାକିରୀ ସେ ସେ ପର୍ଯ୍ୟନ୍ତ ଛାଡିନଥିଲେ ଯେପର୍ଯ୍ୟନ୍ତ ତାଙ୍କୁ କୌଣସି ବଡ ପ୍ରୋଜେକ୍ଟ ମିଳିନଥିଲା । କିଛି ଦିନ ପରେ ଏକ ସିନେମାରେ ଛୋଟ ଭୂମିକାରେ କାମ କରିବାକୁ ମୋନାଙ୍କୁ ଅଫର ମିଳିଥିଲା । ଆଉ ମୋନାଙ୍କର ଦମଦାର ଅଭିନୟରେ ଆକୃଷ୍ଟ ହୋଇ ତାଙ୍କୁ ନିଜ ସିନେମାରେ ନେବା ପାଇଁ ଅନେକ ପ୍ରଡ୍ୟୁସଙ୍କର ଲାଇନ ଲାଗିଥିଲା । ତେବେ ମାତ୍ର ୧୨୦ଟଙ୍କାରେ କାମ ଆରମ୍ଭ କରିଥିବା ମୋନାଲିସା ଆଜିକା ଦିନରେ ହୋଇପାରିଛନ୍ତି ଜଣେ ସଫଳ ନାୟିକା ।

ସୌଜନ୍ୟ-ଜନସତ୍ତା