କାହିଁକି ବରୁଣ ଜ୍ୟାକଲିନଙ୍କୁ କୋଳେଇ ଧରିଥିଲେ ! ଫଟୋ ସେୟାର କଲେ ଜ୍ୟାକଲିନ୍

36

barunବଲିଉଡ ଦୁନିଆ ହେଉଛି ଏକ ଭିନ୍ନ ଦୁନିଆ । ଏଠାରେ ନିତି ରୋଚକ ଘଟଣା ସବୁ ଘଟେ । ଫିଲ୍ମ ସୁଟିଂର ଖବର ସହ କଳାକାରମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ହେଉ ବା ଫିଲ୍ମ ସଂପର୍କିତ ଖବର ସବୁବେଳେ ଚର୍ଚ୍ଚା ପାଲଟେ । ଏବେ ଏମିତି ଏକ ଖବର ଖୁବ୍ ଚର୍ଚ୍ଚାରେ , ବଲିଉଡ ଅଭିନେତା ବରୁଣ ଧାୱନ-ଜ୍ୟାକଲିନଙ୍କୁ ନେଇ ।

ନିକଟରେ ‘ଜୁଡୱା-୨’ର ନିଜର ସହକଳାକାର ଜ୍ୟାକଲିନ ପର୍ଣ୍ଣାଣ୍ଡିଜଙ୍କ ପାଇଁ ରକ୍ଷକ ବନିଯାଇଛନ୍ତି । ଆଉ ଏହି କଥାକୁ ନେଇ ଚାରିଆଡେ ଟୁପୁରଟାପର । ଆପଣ ଭାବୁଥିବେ ନିଶ୍ଚୟ କିଛି ଘଟଣା ଘଟିଛି । କଥାଟି ହେଲା ଏୟା ଯେ, ଜ୍ୟାକଲିନ ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିିରେ ଗଭୀର ଜଳରୁ ଜ୍ୟାକଲିନଙ୍କୁ ଉଦ୍ଧାର କରୁଛନ୍ତି ବରୁଣ ଏବଂ  ତାଙ୍କୁ କୋଳେଇ ଧରିଛନ୍ତି ।

ଜ୍ୟାକଲିନ୍ ଫିଲ୍ମର ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ମଧ୍ୟ ବରୁଣଙ୍କ ସାହାଯ୍ୟ ନେବାପାଇଁ କହିଛନ୍ତି । ଯଦି ସେ ବି ତାଙ୍କ ଭଳି ସମସ୍ୟାରେ ପଡନ୍ତି ତ ବରୁଣଙ୍କ ଠାରୁ ସାହାଯ୍ୟ ନେଇପାରିବେ । ଜ୍ୟାକଲିନ ମଧ୍ୟ ଫଟୋ ସେୟାର କରି ଏକ କୈାତୁକିଆ କ୍ୟାପସନ ଫଟୋ ସହ ଦେଇଛନ୍ତି । ସେଥିରେ ଲେଖିଛନ୍ତି , ‘ଦେଖ ତାପସୀ, ଆମର ହିରୋ ଉଦ୍ଧାର କରିଛନ୍ତି । ଯଦି ତୁମେ ଏମିତି ପାଣିରେ ଯିବାକୁ ପଡେ ତ ବରୁଣଙ୍କୁ ଡାକିବ ।’

ନିର୍ଦ୍ଦେଶକ ଡେବିଡ୍ ଧୱନ ଓ ପ୍ରଯୋଜକ ସାଜିଦ୍ ନାଡିୟାଡୱାଲାଙ୍କର ଫିଲ୍ମ ‘‘ଜୁଡୱା-୨’ରେ ବରୁଣ ଡବଲ ରୋଲରେ ଆସୁଛନ୍ତି । ଫିଲ୍ମ ୨୯ ସେପ୍ଟେମ୍ବରରେ ରିଲିଜ ହେବ ।