କପିଲଙ୍କ ଶୋ’କୁ ଯିବେନି ସଲମାନ

71

kapil-salman-story_647_091715112755ଟିଭି ଶୋ ଏବେ ବଲିଉଡ ଫିଲ୍ମକୁ ପ୍ରମୋଶନ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରୁଛି । ଏଥିପାଇଁ ପ୍ରତି ଫିଲ୍ମମେକର ଚାହାଁନ୍ତି ସେମାନଙ୍କର ଫିଲ୍ମକୁ ଭଲ ଟିଆରପି ଦେଉଥିବା ଟିଭି ଶୋ’ରେ ପ୍ରମୋଟ କରିବା ପାଇଁ । ସଲମାନ ଏବେ ନିଜର ଅପକମିଙ୍ଗ ଫିଲ୍ମ ‘ସୁଲତାନ’ର ପ୍ରମୋଶନ ପାଇଁ ଲାଗିପଡିଛନ୍ତି । କିନ୍ତୁ ଶୁଣିବାକୁ ମିଳୁଛି ଭଲ ଟିଆରପିରେ ଥିବା କପିଲ ଶର୍ମାଙ୍କ ଟିଭି ଶୋ ‘ ଦ କପିଲ ଶର୍ମା ଶୋ’ କୁ ଯିବା ପାଇଁ ନାରାଜ ।

entertain kapil-salman

ପୂର୍ବରୁ ସଲମାନ କପିଲ୍ ଶର୍ମାଙ୍କ ଶୋ’ରେ ଅନେକ ଥର ଆସିଛନ୍ତି । ନିଜର ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ର ପ୍ରମୋଶନ ପାଇଁ ମଧ୍ୟ କପିଲ ଶୋ ରେ ପହଁଚି ଥିଲେ ସଲମାନ । ଏମିତି କଣ ହୋଇଛି ଯେ ମିଷ୍ଟର ସଲ୍ଲୁ କମେଡି ଷ୍ଟାର କପିଲଙ୍କ ଉପରେ ନାରାଜ ? ଏହା ସମସ୍ତଙ୍କ ମନରେ ପ୍ରଶ୍ନ । ଯଦି କପିଲ ଶୋରେ ସବୁଠୁ ଜୋରରେ ଠୋ ଠୋ ହୋଇ ହସିଥିବା ବ୍ୟକ୍ତି କିଏ ବୋଲି ପଚରା ଯାଏ , ସେ ହେଉଛନ୍ତି ସଲମାନ ଖାନ ।

entertain-kapil-salman

ସଲମାନ – କପିଲଙ୍କ ଭିତରେ ଏ ନାରାଜିର କାରଣ କଲର୍ସ ଚ୍ୟାନେଲ ବୋଲି ଶୁଣିବାକୁ ମିଳୁଛି । କାରଣ ପୂର୍ବରୁ କପିଲ ଶର୍ମାଙ୍କ ଶୋ କଲର୍ସ ଚ୍ୟାନେଲରେ ଆସୁଥିଲା । ଚ୍ୟାନେଲ ଓ କପିଲ ମଧ୍ୟରେ ବିବାଦ ଯୋଗୁଁ ,କପିଲ କଲର୍ସ ଚ୍ୟାନେଲ ଛାଡି ନିଜର ଶୋ ସୋନୀ ଟିଭିରେ କରୁଛନ୍ତି ଏବଂ ସଲମାନ ଏବେ କଲର୍ସରେ ‘ବିଗ୍ ବସ ୧୦ ‘ କୁ ହୋଷ୍ଟ କରିବାକୁ ଯାଉଛନ୍ତି । ସେଥିପାଇଁ ବୋଧେ ସଲମାନ ଆଉ କପିଳ ଶୋ’ରେ ଦେଖାଯିବେନି କି ନିଜର ଅପକମିଙ୍ଗ ଫିଲ୍ମର ପ୍ରମୋଶନ କପିଲ ଶୋରେ କରିବେନି ।