ଭୋଜପୁରୀ ଗୀତରେ ଯୋଗୀ ଆଦିତ୍ୟନାଥ ! ଉତ୍ତରପ୍ରଦେଶରେ ଗୀତ ସାଜିଛି ଲୋକପ୍ରିୟ

25

ଯୋଗୀ ଆଦିତ୍ୟନାଥଙ୍କ ଜଲୱା ଏବେ ଚାରିଆଡେ । ମୁଖ୍ୟମନ୍ତ୍ରୀ ପଦରେ ବସିବା ଦିନ ଠାରୁ ଅନେକ ଉନ୍ନତିକର ନିଷ୍ପତି ନେଇ ଚର୍ଚ୍ଚାରେ । ଆଉ ଏବେ ସବୁଠୁ ବେଶୀ ଲୋକପ୍ରିୟ ସାଜିଛନ୍ତି ଗୀତରେ । ଯୋଗୀଙ୍କ ଉପରେ ଅନେକ ଭୋଜପୁରୀ ଗୀତ ତିଆରି ହୋଇଛି । ଯାହା ଖୁବ ଲୋକପ୍ରିୟତା ଅର୍ଜନ କରିଛି ଉତ୍ତରପ୍ରଦେଶରେ ।

ନିର୍ବାଚନ ପୂର୍ବରୁ ଏହି ଗୀତ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଲୋକଙ୍କୁ ଅନୁରୋଧ କରିବା ଉଦ୍ଦେଶ୍ୟରେ ତିଆରି ହୋଇଥିଲା । ଏବେ ସଫଳତା ପରେ ଏହା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନ ବିଷୟରେ ଲୋକଙ୍କୁ ଜଣାଉଛି । ଆଉ ଏହି ଗୀତ ମାଧ୍ୟମରେ ମଧ୍ୟ ଯୋଗୀଙ୍କ ଶାସନ ଓ କାର୍ଯ୍ୟକଳାପକୁ ସ୍ୱାଗତ କରାଯାଇଛି । ଆଉ ଅନେକ ଲୋକପ୍ରିୟ ଭୋଜପୁରୀ ଗାୟକ ଏହି ଗୀତଗୁଡିକୁ ଗାଇଛନ୍ତି । ଲୋକଙ୍କ ହୃଦୟକୁ ଛୁଇଁପାରିଛି ଏହି ଗୀତ ।

ଦେଖନ୍ତୁ ଏହି ସଂଗୀତ ଭିଡିଓ –